ଭାରତରେ ପହଞ୍ଚିନି ରାଫେଲ ବିମାନ କିନ୍ତୁ ବଜାରରେ ବୁଲିଲାଣି ରାଫେଲ ପାନ ମସାଲା !

ନୂଆଦିଲ୍ଲୀ : ଭାରତ ଆଜି ପ୍ରଥମ ରାଫେଲ ବିମାନ ପାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଫ୍ରାନ୍ସରେ ଏହାକୁ ଗ୍ରହଣ କରିଛନ୍ତି । ଆସନ୍ତା ୨୦୨୨ ସୁଦ୍ଧା ସମସ୍ତ ୩୬ଟି ରାଫେଲ ବିମାନ ଭାରତୀୟ ବାୟୁସେନା ହାତକୁ ଆସିଯାଇଥିବ । ଗତ କିଛି ବର୍ଷ ଧରି ରାଫେଲ ବିମାନକୁ ନେଇ ଆମ ଦେଶରେ ବେଶ ଚର୍ଚ୍ଚା ରହିଛି ।

 

ଏଥିରେ ଦୁର୍ନୀତି ହୋଇଥିବା ନେଇ କଂଗ୍ରେସ ଅଭିଯୋଗ କରିବା ପରେ ବିବାଦ ଜୋର ଧରିଥିଲା । କିନ୍ତୁ ଏହା ସତ୍ୟ ଯେ ରାଫେଲ ଲଢୁଆ ବିମାନ ଗତ କିଛି ବର୍ଷ ମଧ୍ୟରେ ଆମ ଦେଶରେ ବେଶ ଲୋକପ୍ରିୟ ହୋଇଯାଇଛି । ଏହାର ଫାଇଦା ନେଇ ଆମ ଦେଶରେ ରାଫେଲ ପାନ ମସଲା ମଧ୍ୟ ବାହାରିଛି । ରାଫେଲ ପାନ ମସାଲାର ପ୍ରଚାର ପାଇଁ କମ୍ପାନି ପକ୍ଷରୁ ଏକ ଆକର୍ଷଣୀୟ ବିଜ୍ଞାପନ ମଧ୍ୟ କରାଯାଉଛି । ତେବେ ପାନ ମସଲାର ଏଭଳି ନାମକରଣ ଯୋଗୁଁ ସଂପୃକ୍ତ କମ୍ପାନି ଲାଭରେ ରହିବ ଅଥବା ବିବାଦରେ ଫସିବ ତାହା ଆଗକୁ ଜଣାପଡିବ ।

ସମ୍ବନ୍ଧିତ ଖବର