ସଂକ୍ରମଣ ବଢ଼ୁଥିବାରୁ ଗୌହାଟି ଦୁଇ ସପ୍ତାହ ସଂପୂର୍ଣ୍ଣ ଲକଡାଉନ୍, କେବଳ ରବିବାର ଜିନିଷ କିଣିବାକୁ ଦିଆଯିବ ଅନୁମତି

ଗୌହାଟି: କରୋନାଭାଇରସର ସଂକ୍ରମଣ ଯାଞ୍ଚ କରିବା ପାଇଁ ଆସାମ ସରକାର ସୋମବାରଠାରୁ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଗୌହାଟିକୁ ଲକଡାଉନ ଘୋଷଣା କରିଛନ୍ତି । ଆସନ୍ତା ସପ୍ତାହରେ କେବଳ ଔଷଧ ଦୋକାନ ଖୋଲା ରହିବ ବୋଲି ଆସାମ ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଆଜି ଅପରାହ୍ନରେ କହିଛନ୍ତି | ଏହା ସହ କେବଳ ରବିବାର ଜିନିଷ କିଣା ପାଇଁ ଅନୁମତି ଦିଆଯବା ସହ ଆସନ୍ତା ଦୁଇ ସପ୍ତାହ ଧରି ଆସାମରେ ରାତ୍ରି କର୍ଫ୍ୟୁ ପାଳନ କରାଯିବ ବୋଲି ସେ କହିଛନ୍ତି। ଜୁନ୍ ୧୫ରୁ ଗୌହାଟିରେ ନୂତନ କରୋନାଭାଇରସ୍ ରୋଗୀଙ୍କ ସଂଖ୍ୟା ତୀବ୍ର ଗତିରେ ବୃଦ୍ଧି ପାଇବାରୁ ରାଜ୍ୟ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିବା କହିଛନ୍ତି ହିମନ୍ତ ବିଶ୍ବା ଶର୍ମା ।

Assam Lockdown Archives - Pehal News
Pehal News

ସୂଚନା ମୁତାବକ, ୬,୩୦୦ରୁ ଅଧିକ କରୋନାଭାଇରସ୍ ମାମଲା ସହିତ ଆସାମ ଉତ୍ତର-ପୂର୍ବର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟରେ ପାଲଟିଛି  | ଅତ୍ୟଧିକ ସଂକ୍ରାମକ ରୋଗ ସହ ଜଡିତ ୯ଜଣଙ୍କର ମୃତ୍ୟୁ ଏ ପର୍ଯ୍ୟନ୍ତ ରେକର୍ଡ କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ। ଏହା ସହ ୨,୨୭୯ଟି ସକ୍ରିୟ ମାମଲା ରହିଥିବା ବେଳେ ୪,୦୩୩ ରୋଗୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।

ସମ୍ବନ୍ଧିତ ଖବର