୨୦୧୯ ଲୋକସଭା ନିର୍ବାଚନ, ଇଭିଏମ୍‌-ଭିଭିପିଏଟି ବାବଦ ଖର୍ଚ୍ଚ ୫୪୦୦ କୋଟି

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ସରକାର ୯ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏଥିରୁ ୬୦ ପ୍ରତିଶତ ଅର୍ଥ ଇଭିଏମ୍‌ ଏବଂ ଭିଭିପିଏଟି ୟୁନିଟ୍‌ ପାଇଁ ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ଇଭିଏମ୍‌ ଏବଂ ଭିଭିପିଏଟି ମେସିନ୍‌ କ୍ରୟ ବାବଦରେ ମୋଟ ୫୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ନିର୍ବାଚନୀ ଖର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି। ଲୋକସଭା ନିର୍ବାଚନ ପାଇଁ ତିନିଟି ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଖର୍ଚ୍ଚ ୨୦୧୯ କୋଟି ଟଙ୍କା ହୋଇଥିବା ବେଳେ ଅନ୍ୟାନ୍ୟ ଖର୍ଚ୍ଚ ହେଉଛି ୧୩୧୭ କୋଟି ଟଙ୍କା। ଲୋକସଭା ନିର୍ବାଚନର ପ୍ରତ୍ୟକ୍ଷ ଖର୍ଚ୍ଚ ଭରଣା କରିବା ପାଇଁ ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ୧ ହଜାର କୋଟି ଟଙ୍କା ମଂଜୁର କରିଥିଲେ। ଅନ୍ୟ ଖର୍ଚ୍ଚ ପାଇଁ ୩୪୯୮ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ବିଗତ ଦୁଇ ବର୍ଷରେ ଏହି ଶ୍ରେଣୀରେ ୧୩୧୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ୨୦୧୯ରେ ୧୭ତମ ଲୋକସଭାର ୫୪୩ଟି ଆସନ ପାଇଁ ୭ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ୧୧ ଏପ୍ରିଲରୁ ୧୯ ମେ ପର୍ଯ୍ୟନ୍ତ ଏହା ଚାଲିଥିଲା । ୨୩ ଓ ୨୪ ମେ’ରେ ସମସ୍ତ ଆସନର ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା ହୋଇଥିଲା।

ସମ୍ବନ୍ଧିତ ଖବର