ଆକାଶଙ୍କୁ ସମର୍ଥନ କରି ୨୧ କର୍ମଚାରୀ ନିଲମ୍ବିତ

ନୂଆଦିଲ୍ଲୀ: ବିଜେପି ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗୀୟଙ୍କ ପୁଅ ତଥା ଇନ୍ଦୋର -୩ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟ ଗତକାଲି ଇନ୍ଦୋର ମହାନଗର ନିଗମର ଜଣେ ଅଧିକାରୀଙ୍କୁ ବ୍ୟା‌ଟ୍‌ରେ ପିଟି ଗିରଫ ହୋଇଥିଲେ। ଆକାଶ ବିଜୟବର୍ଗୀୟଙ୍କର ଜଣେ ବନ୍ଧୁଙ୍କ ଘର ଭାଙ୍ଗିବାପାଇଁ ଆସିଥିବା ମହାନଗର ଅଧିକାରୀମାନଙ୍କ କାର୍ଯ୍ୟରେ ଆକାଶ ବାଧା ସୃଷ୍ଟି କରିଥିଲେ । ତେବେ ଏହି ଘଟଣାରେ ମହାନଗର ନିଗମର ୨୧ ଜଣ କର୍ମଚାରୀ ଆକାଶଙ୍କୁ ସମର୍ଥନ କରିଥିବାରୁ ସେମାନଙ୍କୁ ଚା‌କିରିରୁ ନିଲମ୍ବିତ କରାଯାଇଛି।

ସମ୍ବନ୍ଧିତ ଖବର