ତାମିଲନାଡୁରେ ପ୍ରବଳ ବର୍ଷାଜନିତ ବିଦ୍ୟୁତ୍‌ ଆଘାତରେ ୩ ମୃତ, ଚେନ୍ନାଇର ବହୁ ଅଞ୍ଚଳ ଜଳାର୍ଣ୍ଣବ

ଚେନ୍ନାଇ: ଗୁରୁବାର ଦିନ ତାମିଲନାଡୁରେ ଅପ୍ରତ୍ୟାଶିତ ଭାବେ ଅତି ପ୍ରବଳ ବର୍ଷା ହେବା ସହ ସେଥିଯୋଗୁଁ ବିଦ୍ୟୁତ୍‌ ଦୁର୍ଘଟଣା ଘଟି ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କେ.କେ.ଏସ୍‌.ଏସ୍‌.ଆର୍‌. ରାମଚନ୍ଦ୍ରନ୍‌ କହିଛନ୍ତି।

ମୃତ ବ୍ୟକ୍ତିମାନେ ହେଉଛନ୍ତି ଓ‌େ୍ଟରି ଅଞ୍ଚଳର ଜଣେ ୭୦ ବର୍ଷିୟ ବୃଦ୍ଧ, ମୈଲାପୁରର ଜଣେ ୧୩ ବର୍ଷିୟ ବାଳକ ଏବଂ ଚେନ୍ନାଇର ପୁଲିୟାନ୍ତୋପ୍‌ରେ ବାସ କରୁଥିବା ଉତ୍ତର ପ୍ରଦେଶର ଜଣେ ୪୫ ବର୍ଷୀୟ ମହିଳା।

ପ୍ରବଳ ବୃଷ୍ଟିପାତ କାରଣରୁ ରାଜ୍ୟର ଚେନ୍ନାଇ, କାଞ୍ଚିପୁରମ୍, ତିରୁଭଲ୍ଲୁର୍‌ ଏବଂ ଚେଙ୍ଗାଲେପଟ୍ଟୁ ଭଳି ୪ଟି ଜିଲ୍ଲାରେ ରେର୍ଡ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାଗୁଡ଼ିକରେ ୨୪ ଘଣ୍ଟାରେ ୨୦ ସେ.ମି. ବର୍ଷା ହେଉଛି।

Image Courtesy of India Today

ତେଣୁ, ଏହି ସବୁ ଜିଲ୍ଲାଗୁଡ଼ିକରେ ଆଜି ସ୍କୁଲ୍‌, କଲେଜ୍‌ ଏବଂ ଅଣ-ଅତ୍ୟାବଶ୍ୟକ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିବ।

ରାଜ୍ୟର ଉପକୂଳ ଅଞ୍ଚଳରେ ‘ସାଇକ୍ଲୋନିକ୍‌ ସର୍କୁଲେସନ୍‌’ ସୃଷ୍ଟିଜନିତ ଅପ୍ରତ୍ୟାଶିତ ବର୍ଷା କାରଣରୁ ରାଜଧାନୀ ନଗରୀ ଚେନ୍ନାଇରେ ପ୍ରାୟ ୨୦ ସେ.ମି. ବୃଷ୍ଟିପାତ ରେକର୍ଡ କରାଯାଇଛି। ସେଥିଯୋଗୁଁ ନଗରୀର ବହୁ ଅଞ୍ଚଳ ଜଳମଗ୍ନ ହୋଇ ଟ୍ରାଫିକ୍‌ ଜାମ୍‌ ହେବାରୁ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ।

ଆଜି ମଧ୍ୟ ତାମିଲନାଡୁରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସମ୍ବନ୍ଧିତ ଖବର