ଉଦ୍ଧାର ହେଲା ୩ଫୁଟ ଲମ୍ବର ଧଳା ନାଗସାପ

କୋୟମ୍ବଟୁର: ନାଗ ସାପ ଦୁନିଆର ସବୁଠାରୁ ବିଷଧର ସାପମାନଙ୍କ ମଧ୍ୟରୁ ଗୋଟିଏ। ତେବେ ଧଳା ରଙ୍ଗର ନାଗ ସାପକୁ ବହୁତ ଦୁଲର୍ଭ ବୋଲି କୁହାଯାଉଛି। ଏମିତି ଏକ ଧଳା ରଙ୍ଗର ନାଗ ସାପ ତାମିଲନାଡୁର ରିହାୟସି ଅଞ୍ଚଳରେ ଦେଖିବାକୁ ମିଳିଛି। ଏହି ସାପର ଲମ୍ବ ୩ଫୁଟ ବୋଲି କୁହାଯାଉଛି। ଏହି ଧଳା ରଙ୍ଗର ସାପକୁ ଉଦ୍ଧାର କରିବା ପରେ ତାକୁ ସୁରକ୍ଷିତ ଭାବେ ମଦୁକ୍କରଇ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

କୁହାଯାଉଛି କି, ଧଳା ରଙ୍ଗର ନାଗ ସାପର ଲମ୍ବ ୧୦ଇଞ୍ଚରୁ ହୋଇ ୬ରୁ ୭ ଫୁଟ ପର୍ଯ୍ୟନ୍ତ ହୋଇପାରେ। ଭାରତରେ ଏହି ପ୍ରଜାତିର ସାପ କର୍ଣ୍ଣାଟକ, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗର, ସୁନ୍ଦରବନ ନ୍ୟାସନାଲ୍‌ ପାର୍କ ଓ ଆସାମର କାଜିରଙ୍ଗା ନ୍ୟାସନାଲ ପାର୍କରେ ଦେଖିବାକୁ ମିଳିଥାଏ।

 

ଏକ ପ୍ରକାଶିତ ରିପୋର୍ଟ ଅନୁସାରେ, ଅନ୍ୟ ଦେଶ ତୁଳନାରେ ଭାରତରେ ସାପ ଦଂଶନ ହେତୁ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଥାଏ। ପ୍ରତିବର୍ଷ ବିଷଧର ସାପକାମୁଡାରେ ପାଖାପାଖି ୪୬,୦୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁନିଆରେ ପ୍ରତିବର୍ଷ ସର୍ପଦଂଶନରେ ୮୧,୦୦୦ରୁ ୧,୩୮,୦୦୦ଲୋକଙ୍କ ମୃତ୍ୟୁ ହୋଇଥାଏ।

ସମ୍ବନ୍ଧିତ ଖବର