୩ ଗାନ୍ଧି ପରିବାର ଟ୍ରଷ୍ଟ୍‌ ବିରୋଧରେ ତଦନ୍ତ ପାଇଁ କମିଟି ଗଠନ କଲେ ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଗାନ୍ଧୀ ପରିବାରର ୩ଟି ଟ୍ରଷ୍ଟ୍‌ ତଥା ରାଜୀବ ଗାନ୍ଧି ଫାଉଣ୍ଡେସନ୍‌ (ଆରଜିଏଫ୍‌), ରାଜୀବ ଗାନ୍ଧି ଚାରିଟେବଲ୍‌ ଟ୍ରଷ୍ଟ୍‌ ଏବଂ ଇନ୍ଦିରା ଗାନ୍ଧି ରିଆଲ୍‌ ଟ୍ରଷ୍ଟ୍‌ ଦ୍ବାରା ପିଏମ୍‌ଏଲ୍‌ଏ, ଆୟକର ଆଇନ ଏବଂ ଏଫ୍‌ସିଆରଏ ଆଇନ ବ୍ୟବସ୍ଥାର ଉଲ୍ଲଂଘନ ହୋଇଥିବା ଅଭିଯୋଗର ତଦନ୍ତରେ ସହଯୋଗ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜଣେ ସ୍ବତନ୍ତ୍ର ନିର୍ଦ୍ଦେଶକ ଏହି କମିଟିର ନେତୃତ୍ବ ନେ‌ବେ। ସିବିଆଇ ମଧ୍ୟ ଏହି କମିଟିର ଅଂଶବିଶେଷ ହେବ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରିୟଙ୍କା ଗାନ୍ଧି ବଂ ପି ଚିଦମ୍ବରମ ଆରଜିଏଫ୍‌ର ଟ୍ରଷ୍ଟି ଥିବାବେଳେ ସୋନିଆ ଗାନ୍ଧିଆାରଜିଏଫ୍‌ ଏବଂ ରାଜୀବ ଗାନ୍ଧୀ ଚାରିଟେବଲ୍‌ ଟ୍ରଷ୍ଟ୍‌ର ଅଧ୍ୟକ୍ଷା ଅଛନ୍ତି। ସେ ମଧ୍ୟ ଇନ୍ଦିରା ଗାନ୍ଧିମେମୋରିଆଲ୍‌ ଟ୍ରଷ୍ଟ୍‌ କାର୍ଯ୍ୟ ତଦାରଖ କରନ୍ତି।

ଉଲ୍ଲେଖଯୋଗ୍ୟ.ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଗତ ମାସରେ ଆରଜିଏଫ୍‌ ବିରୋଧରେ ଅଭିଯୋଗ ଆଣିଥିଲେ। ଲଦାଖ୍‌ରେ ଭାରତ-ଚୀନ୍‌ ସେନା ସଂଘର୍ଷ ପ୍ରସଙ୍ଗରେ ରାହୁଲ ଗାନ୍ଧିଲଗାତାର ସରକାରଙ୍କୁ ଟାର୍ଗେଟ୍‌ କରିବାପରେ ନଡ୍ଡା‌ ଗାନ୍ଧି ରିବାର ଟ୍ରଷ୍ଟ୍‌ ବିରୋଧରେ ସ୍ବର ଉଠାଇଥିଲେ। ଏକ ଟ୍ବିଟ୍‌ କରି ନଡ୍ଡା କହିଥିଲେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍‌ ପାଣ୍ଠିରୁ ଆରଜିଏଫ୍‌କୁ ଅର୍ଥ ଯାଉଥିଲା। ସେ କହିଥିଲେ ଯେ ଗୋଟିଏ ପରିବାରର ସମ୍ପତ୍ତି ଲୋଭ ଦେଶର କ୍ଷତି କରିଛି। ଜନସାଧାରଣଙ୍କ ସମ୍ପତ୍ତିକୁ ଗାନ୍ଧି ପରିବାର ନିଜ ଫାଉଣ୍ଡେସନ୍‌ ମାଧ୍ୟମରେ ହାସଲ କରି ଏହାକୁ ନିଜ ସ୍ବାର୍ଥ ପାଇଁ ବ୍ୟବହାର କରିଛନ୍ତି । ସେହିପରି ବିଜେପି ନେତା ରବି ଶଙ୍କର ପ୍ରସାଦ ଅଭିଯୋଗ କରିଥିଲେ ଯେ, ଆରଜିଏଫ୍‌ କିଛି ବର୍ଷ ତଳେ ଚୀନ୍‌ ଦୂତାବାସରୁ ପାଣ୍ଠି ନେଉଥିଲା। ଭାରତ -ଚୀନ୍‌ ମଧ୍ୟରେ ମାଗଣା ବାଣିଜ୍ୟିକ ଚୁକ୍ତି ପାଇଁ ଏହା କ’ଣ ଏକ ଲାଞ୍ଚ ଥିଲା କି ବୋଲି ପ୍ରସାଦ କଂଗ୍ରେସକୁ ପ୍ରଶ୍ନ କରିଥିଲେ। ତେବେ ବିଜେପି ନେତାମାନଙ୍କ ଦ୍ବାରା ଏଭଳି ଅଭିଯୋଗ ପରେ ଏହି ଘଟଣାର ତଦନ୍ତ ପାଇଁ ସରକାର କମିଟି ଗଠନ କରିଛନ୍ତି। ଉଲ୍ଲେଖଯୋଗ୍ୟ ରାଜୀବ ଗାନ୍ଧି ଫାଉଣ୍ଡେସନ୍‌ ୧୯୯୧ରେ ଏବଂ ରାଜୀବ ଗାନ୍ଧୀ ଚାରିଟେବଲ ଟ୍ରଷ୍ଟ୍‌ ୨୦୦୨ରେ ଗଠନ ହୋଇଥିଲା।

ସମ୍ବନ୍ଧିତ ଖବର