ଓଡ଼ିଶାରୁ ୩ ଜଣ ଗ୍ରହଣକଲେ ଫ୍ଲୋରେନ୍‌ସ ନାଇଟିଙ୍ଗଲ୍‌ ପୁରସ୍କାର

ନୂଆଦିଲ୍ଲୀ : ଓଡ଼ିଶାରୁ ତିନି ଜଣଙ୍କ ସହ ଦେଶର ୫୧ ଜଣ ନର୍ସିଂ ବୃତ୍ତିଧାରୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର-୨୦୨୧ରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ଭବନରେ ଅୟୋଜିତ ପୁରସ୍କାର ବିତରଣ ସମାରୋହରେ ନର୍ସ ବର୍ଗରେ ଓଡ଼ିଶାର ଖୁଲଣା ବାରିକ ଓ ଶିବାନୀ ଦାସ ଏବଂ ଏଏନ୍‌ଏମ୍‌ ଦମୟନ୍ତୀ ରାଉତ ରାଷ୍ଟ୍ରପତିଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ। ପୁରସ୍କୃତ ୫୧ ନର୍ସ ବୃତ୍ତିଧାରୀଙ୍କ ମଧ୍ୟରୁ ୧୭ ଜଣ ଏଏନ୍‌ଏମ୍‌, ୪ ଜଣ ଏଲ୍‌ଏଚ୍‌ଭି ଓ ୩୦ ଜଣ ନର୍ସ ଅଛନ୍ତି। ସମାଜ ପ୍ରତି ନର୍ସିଂ ବୃତ୍ତିଧାରୀଙ୍କ ଅବଦାନକୁ ସ୍ବୀକୃତି ପ୍ରଦାନ ସ୍ବରୂପ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର