ଅନନ୍ତନାଗରେ ଏନ୍‌କାଉଣ୍ଟର, ୩ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜମ୍ମୁ କଶ୍ମୀରର ଅନନ୍ତନାଗରେ ଆଜି ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରାୟ ୬ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ନିପାତ ହୋଇଥିବା ସମସ୍ତ ଆତଙ୍କବାଦୀ ଲସ୍କର ଏବଂ ହିଜ୍‌ବୁଲ ସଂଗଠନର ବୋଲି ଜଣାପଡ଼ିଛି। ସେମାନେ ହେଲେ ଲସ୍କର କମାଣ୍ଡର ନାସିର ସଦ୍‌ରୁ , ଜାଭେଦ ଫାରୁକ୍‌ ଏବଂ ଜୈଶ୍‌ର ଅକିବ ଅହମ୍ମଦ। ଏହି ତିନି ଜଣ ଅନନ୍ତନାଗର ଏକ ଘରେ ଲୁଚିଥିବା ଖବର ପାଇ ସେନା ଉକ୍ତ ଅଂଚଳକୁ ଘେରା ବନ୍ଦୀ କରି ଅପରେସନ ଆରମ୍ଭ କରିଥିଲା। କିଛି ସ୍ଥାନୀୟ ଯୁବକ ଅପରେସନରେ ବାଧା ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେନା ସେମାନଙ୍କ ଯୋଜନାକୁ ପଣ୍ଡ କରିଦେଇଥିଲା। ନିହତ ଆତଙ୍କବାଦୀଙ୍କ ଠାରୁ ଅନେକ ଅସ୍ତ୍ରଶସ୍ତ୍ର ଉଦ୍ଧାର ହୋଇଛି।

ସମ୍ବନ୍ଧିତ ଖବର