କାଶ୍ମୀର‌ରେ ୩ ଆତଙ୍କବାଦୀ ନିପାତ

ପରିବାର ସଦସ୍ୟଙ୍କ ଦାବି: ସେମାନେ ଆତଙ୍କବାଦୀ ନୁହନ୍ତି

ଶ୍ରୀନଗର : ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଲୟପୁରାରେ ଆଜି ୩ ଜଣଙ୍କୁ ଏନ୍‌କାଉଣ୍ଟର କରି ନିପାତ କରାଯାଇଛି ବୋଲି ସୁରକ୍ଷାବାହିନୀ ପକ୍ଷରୁ କୁହାଯାଇଛି। ସୁରକ୍ଷାକର୍ମୀଙ୍କର ଏହି ଦାବିକୁ ନିହତ ସଦସ୍ୟଙ୍କ ପରିବାର ଖଣ୍ଡନ କରିଛନ୍ତି। ପରିବାର ସଦସ୍ୟ ଦାବି କରିଛନ୍ତି ଯେ, ସେମାନେ ଆଦୌ ଆତଙ୍କବାଦୀ କାର୍ଯ୍ୟରେ ସଂପୃକ୍ତ ନାହାନ୍ତି। ଏହି ଅଭିଯୋଗ କରିବା ସହ ପରିବାର ସଦସ୍ୟ ଶ୍ରୀନଗର ପୁଲିସ କଣ୍ଟ୍ରୋଲ୍‌ ରୁମ୍ ବାହାରେ ଆନ୍ଦୋଳନ କରିଛନ୍ତି। କିନ୍ତୁ ସେନା ପକ୍ଷରୁ ଦାବି କରାଯାଇଛି ଯେ, ଏନ୍‌କାଉଣ୍ଟର୍‌ରେ ନିପାତ ହୋଇଥିବା ଆତଙ୍କବାଦୀମାନେ ଜାତୀୟ ରାଜପଥରେ ଏକ ବଡ଼ ଧରଣର ଆକ୍ରମଣ ‌ଯୋଜନା କରିଥିଲେ। ଏକ ପ୍ରେସ୍‌ ବିବୃତି ଜାରି କରି ଜିଓସି (ଜେନେରାଲ୍‌ ଅଫିସର କମାଣ୍ଡିଂ) କହିଛନ୍ତି, ନିହତ ହୋଇଥିବା ସମସ୍ତ ୩ ଜଣ ଆତଙ୍କବାଦୀ ବୋଲି ବଳିଷ୍ଠ ପ୍ରମାଣ ହସ୍ତଗତ ହୋଇଛି।

ସମ୍ବନ୍ଧିତ ଖବର