୩୦ ମହିଳା ମାଓବାଦୀଙ୍କୁ କମାଣ୍ଡୋ ଭାବେ ନିଯୁକ୍ତି ଦେଲା ଛତିଶଗଡ଼ ପୁଲିସ

ରାୟପୁର : ମାଓପ୍ରବଣ ଛତିଶଗଡ଼ରୁ ଏକ ସକାରାତ୍ମକ ଖବର ଆସିଛି । ଛତିଶଗଡ଼ ପୁଲିସ ଆତ୍ମସମର୍ପଣ କରିଥିବା ପ୍ରାୟ ୩୦ ଜଣ ମହିଳା ମାଓବାଦୀଙ୍କୁ ନିଜ କମାଣ୍ଡୋ ବାହିନୀରେ ନିଯୁକ୍ତି ଦେଇଛି । ଏମାନଙ୍କୁ ଛତିଶଗଡ଼ ପୁଲିସର ଏକ ସ୍ୱତନ୍ତ୍ର ଲଢୁଆ ବାହିନୀ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡସ(ଡିଆରଜି)ରେ ସ୍ଥାନ ଦିଆଯାଇଛି । ଏମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ମହିଳା କମାଣ୍ଡୋ ପ୍ଲାଟୁନ ଖୋଲାଯାଇଛି ।

ଏହି ସ୍ୱଚନ୍ତ୍ର ପ୍ଲାଟୁନର ନାଁ ରଖାଯାଇଛି ଦନ୍ତେଶ୍ୱରୀ ଲଢାକେ । ଏହି ପୂର୍ବତନ ମହିଳା ମାଓବାଦୀଙ୍କ ଲଢୁଆକୌଶଳ ପୁଲିସକୁ ଆଶ୍ଚର୍ଯ୍ୟ କରିଥିଲା । ଏହି ଡାଆରଜି ଯବାନ ମାନଙ୍କୁ ମାଓପ୍ରବଣ ବସ୍ତର, ଦାନ୍ତେଓ୍ଵାଡା ଜିଲ୍ଲାରେ ମୃତୟନ କରାଯାଇଛି । ଏମାନଙ୍କୁ ଉତ୍ତର ତାଲିମ ଦେବା ପରେ କମାଣ୍ଡୋ ବାହିନୀରେ ନିଯୁକ୍ତି ଦେଇ ପୁଲିସ ଅନ୍ୟ ମାଓବାଦୀମାନଙ୍କୁ ଆକୃଷ୍ଟ କରିବାକୁ ଆଶା ରଖିଛି । ପୂର୍ବରୁ ଛତିଶଗଡ଼ ପୁଲିସର ମୋଟ ୬ଟି ଡିଆରଜି ପ୍ଲାଟୁନ ଥିଲା । ଏହି ନୂଆ ମହିଳା ପ୍ଲାଟୁନକୁ ମିଶାଇଲେ ଏହି ସଂଖ୍ୟା ୭ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର