ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଥିବା ୧,୪୬୩ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରାୟ ୩୪ ପ୍ରତିଶତ ପ୍ରାର୍ଥୀ ନିଜ ବିରୋଧରେ ଅପରାଧିକ ମାମଲା ରହିଥିବା ନେଇ ଘୋଷଣା କରିଛନ୍ତି ବୋଲି ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ରିପୋର୍ଟରୁ ଜାଣିବା ପାଇଁ ମିଳିଛି।
ଏମାନଙ୍କ ମଧ୍ୟରୁ ପ୍ରାୟ ୨୭ ପ୍ରତିଶତ କିମ୍ବା ୩୮୯ ପ୍ରାର୍ଥୀ ନିଜ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଥିବା ଘୋଷଣା କରିଛନ୍ତି ବୋଲି ଏଥିରେ କୁହାଯାଇଛି। ଗୁରୁତର ଅପରାଧିକ ମାମଲା ପାଞ୍ଚ ବର୍ଷରୁ ଅଧିକ କାରାଦଣ୍ଡ ସହ ଜାମିନହୀନ ଅପରାଧ ଅଟେ। ସେହିପରି ପ୍ରାୟ ୫୦୨ କିମ୍ବା ୩୪ ପ୍ରତିଶତ ପ୍ରାର୍ଥୀ ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି।
ରିପୋର୍ଟ ଅନୁଯାୟୀ, ଆରଜେଡିରୁ ନିର୍ବାଚନ ଲଢ଼ୁଥିବା ୫୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୬ (୬୪ପ୍ରତିଶତ) ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି ଏବଂ ୨୮ (୫୦ପ୍ରତିଶତ) ନିଜ ସତ୍ୟପାଠରେ ନିଜ ବିରୋଧରେ ଗୁରୁତର ଅପରାଧିକ ମାମଲା ଘୋଷଣା କରିଛନ୍ତି। ସେହିପରି ବିଜେପି ପକ୍ଷରୁ ନିର୍ବାଚନ ଲଢ଼ୁଥିବା ୪୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରାୟ ୨୯ (୬୩ ପ୍ରତିଶତ) ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି ଏବଂ ୨୦ (୪୪ ପ୍ରତିଶତ) ସତ୍ୟପାଠରେ ନିଜ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଥିବା ଘୋଷଣା କରିଛନ୍ତି। ଏଲଜେପିରୁ ଲଢ଼ୁଥିବା ୫୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରାୟ ୨୮ (୫୪ ପ୍ରତିଶତ) ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି ଏବଂ ୨୪ (୪୬ ପ୍ରତିଶତ) ନିଜ ସତ୍ୟପାଠରେ ନିଜ ବିରୋଧରେ ଗୁରୁତର ଅପରାଧିକ ମାମଲା ଘୋଷଣା କରିଛନ୍ତି। କଂଗ୍ରେସରୁ ଲଢ଼ୁଥିବା ୨୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରାୟ ୧୪ (୫୮ ପ୍ରତିଶତ), ବିଏସପିରୁ ଲଢ଼ୁଥିବା ୩୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୬ ଜଣ (୪୯ପ୍ରତିଶତ) ଏବଂ ଜେଡି(ୟୁ)ରୁ ଲଢ଼ୁଥିବା ୪୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୦ ଜଣ (୪୭ ପ୍ରତିଶତ) ଘୋଷଣା କରିଛନ୍ତିଯ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରହିଛି।