ଗତ ୨୪ ଘଣ୍ଟାରେ ଦେଶରେ ୩୭୫୬୬ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୭ ହଜାର ୫୬୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ଏହା ଛଡ଼ା ୫୬ ହଜାର ୯୯୪ ଜଣ ସୁସ୍ଥ ହୋଇଥିବାବେଳେ ୯୦୭ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି | ୩୭ ହଜାର ୫୬୬ ଜଣ ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୩ ଲକ୍ଷ ୧୬ ହଜାର ୮୯୭ରେ ପହଂଚିଛି |

ସେହିପରି ସମୁଦାୟ ୨ କୋଟି ୯୩ ଲକ୍ଷ ୬୬ ହଜାର ୬୦୧ ଜଣ ସୁସ୍ଥ ହୋଇଥିବାବେଳେ ଏବେ ଦେଶରେ ୫ ଲକ୍ଷ ୫୨ ହଜାର ୬୫୯ଟି ସକ୍ରିୟ ମାମଲା ରହିଛି |


ଦେଶରେ ୩ ଲକ୍ଷ ୯୭ ହଜାର ୬୩୭ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଥିବାବେଳେ ୧୦୨ ଦିନ ପରେ ଦୈନିକ ସଂକ୍ରମଣ ୪୦ ହଜାର ତଳେ ରହିଛି | ସେହିପରି ଆରୋଗ୍ୟ ହାର ୯୬.୮୭ ପ୍ରତିଶତ ରହିଥିବାର ଜଣାପଡିଛି |

ସମ୍ବନ୍ଧିତ ଖବର