ସେନାବାହିନୀରେ ଯୋଗଦେଲେ ୩୮୨ ଯୁବ ଅଫିସର୍‌; ଓଡ଼ିଶାରୁ ପାଞ୍ଚଜଣ

ଡେରାଡୁନ୍‌: ଶନିବାର ଦିନ ଡେରାଡୁନ୍‌ ଠାରେ ଆୟୋଜିତ ପାସିଙ୍ଗ୍‌ ଆଉଟ୍‌ ପରେଡ୍‌ ପରେ ପ୍ରାୟ ୩୮୨ ଜଣ ଯୁବ ଅଫିସର୍‌ ଭାରତୀୟ ସେନା ବାହିନୀରେ ଯୋଗ ଦେଇଛନ୍ତି।

ଏଥର ପରେଡ୍‌ରେ ଭାଗ ନେଇଥିଲେ ୪୫୯ ଜେଣ୍ଟଲ୍‌ମେନ୍‌ କ୍ୟାଡେଟ୍‌। ସେଥିରୁ ୨୮୨ ଜଣ ଯୁବ ଅଫିସର୍‌ଙ୍କୁ ଭାରତୀୟ ସେନାବାହିନୀରେ ସାମିଲ କରାଯାଇଛି। ବାକି ୭୭ ଜଣ ସେନା ଅଫିସର୍‌ ହେଉଛନ୍ତି ଆଫଗାନିସ୍ଥାନ, ଭୁଟାନ, ମାଳଦ୍ୱୀପ, ଫିଜି, ମରିସସ୍‌, ପପୁଆ ନିଉ ଗିନି, ଟୋଙ୍ଗା, ଲେସୋଥୋ ଏବଂ ତାଜିକ୍‌ସ୍ଥାନ ଆଦି ବନ୍ଧୁଭାବାପନ୍ନ ଦେଶର।

ପରେଡ୍‌ର ସମୀକ୍ଷାକାରୀ ଅଫିସର୍‌ ଭାବେ ସାଉଥ୍‌ େଓ୍ଵଷ୍ଟର୍ଣ୍ଣ କମାଣ୍ଡ୍‌ର ଜେନେରାଲ୍‌ ଅଫିସର୍‌ କମାଣ୍ଡିଙ୍ଗ୍‌-ଇନ୍‌-ଚିଫ୍‌ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ଚେରିସ୍‌ ମାସ୍ଥୋନ୍‌ ଅଭିବାଦନ ଗ୍ରହଣ କରିଥିଲେ।

ଏଥର ସବୁଠୁ ଅଧିକ ଜେଣ୍ଟଲ୍‌ମେଣ୍ଟ୍‌ କ୍ୟାଡେଟ୍‌ ହେଉଛନ୍ତି ଉତ୍ତର ପ୍ରଦେଶର। ସେ ରାଜ୍ୟରୁ ଅଛନ୍ତି ୭୨ ଜଣ। ତା’ପଛକୁ ବିହାରରୁ ୪୬ ଜଣ, ହରିୟାଣାରୁ ୪୦, ପଞ୍ଜାବ ଓ ଉତ୍ତରାଖଣ୍ଡରୁ ୩୩ ଜଣ କରି, ମହାରାଷ୍ଟ୍ରରୁ ୨୮ ଜଣ, ରାଜସ୍ଥାନରୁ ୨୨ ଜଣ, ହିମାଚଳ ପ୍ରଦେଶରୁ ୨୧ ଜଣ, ଦିଲ୍ଲୀରୁ ୧୨ ଜଣ ଓ ମଧ୍ୟ ପ୍ରଦେଶରୁ ୧୧ ଜଣ କ୍ୟାଡେଟ୍‌ ଅଛନ୍ତି।

ଏଥର କର୍ଣ୍ଣାଟକରୁ ୮ ଜଣ, ଜମ୍ମୁ ଓ କଶ୍ମୀରରୁ ୫ ଜଣ, ପଶ୍ଚମବଙ୍ଗରୁ ୫ ଜଣ, ଓଡ଼ିଶାରୁ ୫ ଜଣ, ତେଲେଙ୍ଗାନାରୁ ୪ ଜଣ, ଆନ୍ଧ୍ରପ୍ରଦେଶରୁ ୪ ଜଣ, ଝାଡ଼ଖଣ୍ଡରୁ ୪ ଜଣ, ଗୁଜରାଟରୁ ୪ ଜଣ, ଛତିଶଗଡ଼ରୁ ୩ ଜଣ, କେରଳରୁ ୩ ଜଣ, ତାମିଲନାଡୁରୁ ୨ ଜଣ, ଆସାମରୁ ୨ ଜଣ, ମଣିପୁରରୁ ୨ ଜଣ, ଗୋଆରୁ ୧ ଜଣେ ଓ ନାଗାଲାଣ୍ଡରୁ ୧ କ୍ୟାଡେଟ୍‌ ଆସିଛନ୍ତି। ନେପାଳରୁ ଆସିଛନ୍ତି ସାତ ଜଣ ଜେଣ୍ଟଲ୍‌ମ୍ୟାନ୍‌ କ୍ୟାଡେଟ୍‌।

ସମ୍ବନ୍ଧିତ ଖବର