ନେପାଳରେ ୫.୮ ତୀବ୍ରତାର ଭୂକମ୍ପ: ଦିଲ୍ଲୀ-ଏନ୍‌ସିଆ‌ରରେ ପ୍ରଭାବ ଅନୁଭୂତ, ଲକ୍ଷ୍ନୌରେ କୋଠା ଭୁଶୁଡ଼ି ୩ ମୃତ

ନୂଆଦିଲ୍ଲୀ : ନେପାଳରେ ଆଜି ୫.୮ ତୀବ୍ରତାର ଭୂକମ୍ପ ହୋଇଛି। ଭୂକମ୍ପର ପ୍ରଭାବ ଏତେ ଅଧିକ ଥିଲା ଯେ ଏହା ଦିଲ୍ଲୀ ଓ ୟୁପି ସମେତ ଉତ୍ତର ଭାରତର ବିଭିନ୍ନ ଅଂଚଳରେ କମ୍ପନ ସୃଷ୍ଟି କରିଥିଲା। କମ୍ପନର କିଛି ସମୟ ପରେ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଆଜି ଏକ ୫ ମହଲା କୋଠା ଭୁଶୁଡ଼ି ପଡ଼ିବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆହୁରି ୮ ଜଣ ଲୋକ ଭଗ୍ନ କୋଠା ତଳେ ଫସି ରହିଛନ୍ତି। ୭ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ହ‌ସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ଅପରାହ୍ନ ପ୍ରାୟ ୨.୨୮ ସମୟରେ ଭୂକମ୍ପ ହୋଇଥିଲା। ଭୂ୍କମ୍ପର କେନ୍ଦ୍ରସ୍ଥଳ ‌‌ନେପାଳରେ ଥିବା ବେଳେ ଏହା ଉତ୍ତରାଖଣ୍ଡର ପିଥୋରଗଡ଼ଠାରୁ ୧୪୮ କିମି ପୂର୍ବରେ ଅବସ୍ଥିତ। ଦିଲ୍ଲୀ ଏନ୍‌ସିଆରରେ ଆଜି ପ୍ରାୟ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପ ଅନୁଭୂତ ହୋଇଥିଲା। ରାଜସ୍ଥାନର ଜୟପୁରରେ ମଧ୍ୟ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି। ଭୂକମ୍ପ ଯୋଗୁଁ ନେପାଳରେ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର