ବେଆଇନ ଅର୍ଥ କାରବାର କରୁଛନ୍ତି ପାକିସ୍ତାନର ୬ଟି ପ୍ରତିଷ୍ଠିତ ବ୍ୟାଙ୍କ

ନୂଆଦିଲ୍ଲୀ : ଘୋର ଆର୍ଥିକ ସଂକଟରେ ପଡ଼ିଥିବା ପାକିସ୍ତାନ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ ବା ଏଫଏଟିଏଫର ଧୂଷର ତାଲିକାରୁ ମୁକୁଳିବାକୁ ଉଦ୍ୟମ କରୁଥିବେଳେ  ଏହି ଦେଶ ପାଇଁ ଆଉ ଏକ ଚିନ୍ତାଜନକ ଖବର ଆସିପହଞ୍ଚିଛି । ପାକିସ୍ତାନ ଯେ କେବଳ ଆତଙ୍କବାଦୀମାନଙ୍କୁ ପ୍ରେତ୍ସାହନ ଦେଉଛି ତାହା ନୁହେଁ ବରଂ ଏହି ଦେଶର ଅନେକ ସରକାରୀ ସଂସ୍ଥା ମଧ୍ୟ ବେଆଇନ ଅର୍ଥ କାରବାରରେ ସଂପୃକ୍ତ ଅଛନ୍ତି ।

ଅନ୍ତର୍ଜାତୀୟ ଅନୁସନ୍ଧାନମୂଳକ ସାମ୍ବାଦିକ ସଂଘ (ଆଇସିଆଇଜେ) ଓ ବଜଫିଡ ନ୍ୟୁଜ ପକ୍ଷରୁ କରାଯାଇଥିବା ଏକ ଅନୁସନ୍ଧାନ ମୂଳକ ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନର ଅତିକମରେ ୬ଟି ପ୍ରତିଷ୍ଠିତ ବ୍ୟାଙ୍କ ବେଆଇନ ଅର୍ଥକାରବାରରେ ସଂପୃକ୍ତ । ଏହି ୬ଟି ବ୍ୟାଙ୍କ ହେଲେ ଆଲାଏଡ ବ୍ୟାଙ୍କ, ୟୁନାଇଟେଡ ବ୍ୟାଙ୍କ ଲିମିଟେଡ, ହବିବ ମେଟ୍ରୋପୋଲିଟାନ ବ୍ୟାଙ୍କ, ବ୍ୟାଙ୍କ ଅଫ ଅଲଫଲା, ଷ୍ଟାଣ୍ଡାର୍ଡ ଚାଟାର୍ଡ ବ୍ୟାଙ୍କ ପାକିସ୍ତାନ ଓ ହବିବ ବ୍ୟାଙ୍କ ।

ପାକିସ୍ତାନୀ ବ୍ୟାଙ୍କମାନଙ୍କ ଦ୍ବାରା କରାଯାଇଥିବା ପ୍ରାୟ ୨.୫ ନିୟୁତ ଡଲାର ମୂଲ୍ୟର ୨୯ଟି ସଂଦିଗ୍ଧ ଅର୍ଥକାରବାର ସଂପର୍କରେ ଏହି ତଦନ୍ତରୁ ଜଣାପଡ଼ିଛି । ଏସବୁ ବେଆଇନ କାରବାର ୨୦୧୧ରୁ ୨୦୧୨ ମଧ୍ୟରେ କରାଯାଇଥିଲା । ଏସବୁ ଅର୍ଥ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଯାଇଥିବା ସଂଦେହ କରାଯାଉଛି ।

ଏହି ରିପୋର୍ଟରେ କୁହାଯାଇଛି ଯେ ୧୯୯୯ରୁ ୨୦୧୭ ମଧ୍ୟରେ ବିଭିନ୍ନ ଅନ୍ତର୍ଜାତୀୟ ବ୍ୟାଙ୍କ ପ୍ରାୟ ୨ ଟ୍ରିଲିୟନ ଡଲାର ମୂଲ୍ୟର ସଂଦିଗ୍ଧ ଅର୍ଥ କାରବାର କରିଛନ୍ତି ।

ସମ୍ବନ୍ଧିତ ଖବର