ବିହାରରେ ସ୍କୁଲ କାନ୍ଥ ପଡ଼ି ୬ ଶ୍ରମିକ ମୃତ

ପାଟନା : ବିହାର ଖଗରିଆ ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟର କାନ୍ଥ ଭୁଶୁଡ଼ି ଅତିକମ୍‌ରେ ୬ଜଣ ଶ୍ରମିକଙ୍କ ଆଜି ମୃତ୍ୟୁ ହୋଇଛି। ଅପରାହ୍ଣ ପ୍ରାୟ ୩ଟା ବେଳେ ମ‌ହେଶଖୁଣ୍ଟ ଥାନା ଅନ୍ତର୍ଗତ ଚଣ୍ଡୀ ତେଳା ଗାଁରେ ଏହି ଅଘଟଣ ଘଟିଛି। ନିକଟରେ ଖନନ କାର୍ଯ୍ୟ ଚାଲିଥିବାବେଳେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ସେଠାରେ କାର୍ଯ୍ୟରତ ୧୦ ଶ୍ରମିକଙ୍କ ମଧ୍ୟରୁ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନେ ସେଠାରେ ଭଙ୍ଗା କାନ୍ଥ ତଳେ ଫସି ରହିଥିଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୃତକଙ୍କ ନିକଟ ସଂପର୍କୀୟମାନଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର