ମଧ୍ୟପ୍ରଦେଶ: ଦୋକାନରେ ନିଆଁ, ୪ ଜଣ ଶିଶୁଙ୍କ ସମତେ ଦୁଇ ପରିବାରର ୭ ମୃତ

ଗ୍ବାଲିୟର୍‌: ମଧ୍ୟପ୍ରଦେଶର ଗ୍ବାଲିୟର୍‌ଠାରେ ଥିବା ଏକ ଦୋକାନରେ ସୋମବାର ନିଆଁ ଲାଗି ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଓ ତିନି ଜଣ ମହିଳା ଥିବା ସୂଚନା ରହିଛି। ଏହି ଅଗ୍ନିକାଣ୍ଡରେ ଅନ୍ୟ ୪ ଜଣ ଗୁରୁତର ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ସହରର ଇନ୍ଦରଗଞ୍ଜ ଅଞ୍ଚଳରେ ସକାଳ ପ୍ରାୟ ୧୦ଟା ସମୟରେ ଏହି ଅଘଟଣ ଘଟିଥିବା ସୂଚନା ରହିଛି। ଅଞ୍ଚଳରେ ଥିବା ଏକ ରଂଗ ଦୋକାନରେ ନିଆଁ ଲାଗିବା ପରେ ନିଆଁ ସଙ୍ଗେ ସଙ୍ଗେ ସେଠାରେ ଥିବା ଅନ୍ୟ ସବୁ ଘରକୁ ନିଆଁ ବ୍ୟାପି ଯାଇଥିଲା।


Tolivelugu

ଅଗ୍ନିକାଣ୍ଡରେ ପ୍ରଭାବିତ ହୋଇଥିବା ପୀଡ଼ିତମାନେ କମ୍ପ୍ଲେକ୍ସର ଦ୍ବିତୀୟ ମହଲାରେ ଥିଲେ। ଅଗ୍ନିକାଣ୍ଡରେ ମୃତ ହୋଇଥିବା ୪ ପିଲା ଦୁଇଟି ପୃଥକ ପରିବାରର। ‘ରଙ୍ଗୱାଲା’ ନାମରେ ବଜାରରେ ଥିବା ରଂଗ ଦୋକାନଟି ଜଗମୋହନ ଗୋଏଲ୍‌, ଜୈକିଷନ ଗୋଏଲ୍‌ ଓ ହରିଓମ୍‌ ଗୋଏଲ୍‌ ନାମକ ୩ ଭାଇଙ୍କର। ପୀଡ଼ିତମାନେ ସମସ୍ତେ ଗୋଏଲ୍‌ ପରିବାରର ବୋଲି ଜାଣିବାକୁ ମିଳିଛି।

ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି  ନିଆଁକୁ ଆୟତ୍ତ କରିଥିଲେ।

 

ସମ୍ବନ୍ଧିତ ଖବର