ମୁମ୍ବାଇରେ ଗୋଟିଏ ଦିନରେ ୭୦୦ ପଜିଟିଭ, ଗତ ୩ ମାସରେ ସର୍ବନିମ୍ନ

ମୁମ୍ବାଇ : ସମଗ୍ର ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଥିବାବେଳେ ସବୁଠାରୁ  ଅଧିକ ପ୍ରଭାବିତ ରାଜ୍ୟ ହୋଇଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ଗତ କାଲି ୭୯୨୪ଟି ନୂଆ ମାମଲା ଚିହ୍ନଟ ହୋଇଛି । ଏହା ସହିତ ରାଜ୍ୟର ମୋଟ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ନିକଟବର୍ତ୍ତୀ ହୋଇଛି ।

କିନ୍ତୁ ଆଶ୍ୱସ୍ତିର କଥା ହେଉଛି ଗତ କିଛିଦିନ ହେଲା ରାଜଧାନୀ ମୁମ୍ବାଇରେ ନୂଆ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ସୋମବାରଦିନ ମୁମ୍ବାଇରେ ପ୍ରାୟ ୮୭୭୬ଟି ନମୁନା ପରୀକ୍ଷଣ ହୋଇଥିବାବେଳେ ତାମଧ୍ୟରୁ ମାତ୍ର ୭୦୦ଟି ନମୁନା ପଜିଟିଭ ରହିଛି, ଯାହାକି ଗତ ୩ ମାସ ମଧ୍ୟରେ ସର୍ବନିମ୍ନ । ଏ ସଂପର୍କରେ ବିଏମସି(ବୃହତ ମୁମ୍ବାଇ ମହାନଗର ନିଗମ) ପକ୍ଷରୁ ସୂଚନା ଦିଆଯାଇଛି । ସକ୍ରିୟ ମାମଲା ଦୃଷ୍ଟିରୁ ମୁମ୍ବାଇରେ ଏବେ ସ୍ଥିତି ପୁଣେ ଓ ଥାଣେ ତୁଳନାରେ କମ ରହିଛି ।

 

ମୁମ୍ବାଇରେ ୭୦୦ଟି ମାମଲା ଚିହ୍ନଟ ହେବା ପରେ ଆନନ୍ଦ ପ୍ରକାଶ କରି ଟ୍ଵିଟ କରିଛନ୍ତି ଆଦିତ୍ୟ ଠାକରେ । ସେ ଲେଖିଛନ୍ତି ଯେ  ଗୋଟିଏ ଦିନରେ ସର୍ବାଧିକ  ୮୭୭୬ଟି ନମୁନା ପରୀକ୍ଷଣ ହୋଇଥିବାବେଳେ ସେଥିରୁ ମାତ୍ର ୭୦୦ଟି ପଜିଟିଭ ବାହାରିବା ଏକ ଭଲ ଖବର । ଏହା ଫଳରେ ଗତ ୩ ମାସ ପରେ ଏକ ବଡ଼ ଆଶ୍ୱସ୍ତି ମିଳିଛି ।  ତେବେ ଲୋକମାନଙ୍କୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର