ସବୁଠୁ ବଡ଼ କୋଭିଡ୍‌ ହସ୍ପିଟାଲ୍‌ର ଦାୟିତ୍ବ ନେଲା ଆଇଟିବିପି

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ରୋଗୀଙ୍କ ପାଇଁ ଆରମ୍ଭ ହୋଇଥିବା ନୂଆ କୋଭିଡ୍‌ କେୟାର ସେଣ୍ଟର୍‌ର ଦାୟିତ୍ବ ନେଇଛି ଆଇଟିବିପି। ଆଇଟିବିପିର କିଛି ଅଧିକାରୀ ଆଜି ରାଧା ସ୍ବାମୀ ସତ୍‌ସଙ୍ଗ ସମ୍ମିଳନୀ ସ୍ଥଳକୁ ଯାଇଥିଲେ ଏବଂ ଦିଲ୍ଲୀ ସରକାରଙ୍କ ସହ ଆଲୋଚନା କରିଥିଲେ। ଦିଲ୍ଲୀ ସରକାରଙ୍କ ଅନୁରୋଧକ୍ରମେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଉକ୍ତ ସେଣ୍ଟରକୁ ଡାକ୍ତର ଏବଂ ଅନ୍ୟ ସ୍ବାସ୍ଥ୍ୟକର୍ମୀ ଦେବାପାଇଁ ଆଇଟିବିପିକୁ ଏକ ନୋଡାଲ୍‌ ସଂସ୍ଥା ଭାବେ ଚୟନ କରିଛନ୍ତି। ସୂଚନାନୁଯାୟୀ ଜୁନ୍‌ ୨୬ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨ ହଜାର ବେଡ୍‌ ସହ ଏହି ହସ୍ପିଟାଲ୍‌ କାର୍ଯ୍ୟକ୍ଷମ ହେବ। ହସ୍ପିଟାଲ୍‌ର ମୋଟ୍‌ ବେଡ୍‌ ସଂଖ୍ୟା ହେଉଛି ୧୦ ହଜାର ୨ଶହ। ଏହା ରାଜଧାନୀ ଦିଲ୍ଲୀ ଏବଂ ଦେଶରେ ମଧ୍ୟ ସବୁଠୁ ବଡ଼ ହସ୍ପିଟାଲ୍‌। ଏହି ହସ୍ପିଟାଲ୍‌ରେ ଆଇଟିବିପି ଏବଂ ସିଏପିଏଫ୍‌ର ୧ ହଜାରରୁ ଅଧିକ ଡାକ୍ତର, ପ୍ରାୟ ୨ ହଜାର ପାରାମେଡିକ୍ସ ଏବଂ ସୁରକ୍ଷାକର୍ମୀ ମୁତୟନ ହେ‌ବେ। ତେବେ ଦକ୍ଷିଣ ଦିଲ୍ଲୀ ଜିଲ୍ଲା ପ୍ରଶାସନ ଏନେଇ ପ୍ରଥମେ କେନ୍ଦ୍ରକୁ ପ୍ରଶାସନିକ ସମର୍ଥନ କରିବେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର