ସମାଜ ମଙ୍ଗଳ ଯୋଜନା ପାଇଁ ଆଧାର ସଂଯୋଗ ସମୟ ସୀମା ଜୁନ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି

ନୁଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ନେଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ସମସ୍ତ ପ୍ରକାର ସରକାରୀ ସମାଜ ମଙ୍ଗଳ ଯୋଜନାର ଲାଭ ଉଠାଇବା ପାଇଁ ଆଧାର ସଂଯୋଗ ସମୟ ସୀମାକୁ ଆଉ ୩ ମାସ ପାଇଁ ଅର୍ଥାତ୍‌ ଜୁନ୍‌ ୩୦ ତରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଗତ ମଙ୍ଗଳବାର ପାନ୍‌କାର୍ଡ ସହ ଆଧାର ସଂଯୋଗ ସମୟ ସୀମାକୁ ଆସନ୍ତା ଜୁନ୍‌ ୩୦ ତରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେବା ପରେ, କେନ୍ଦ୍ର ସରକାର ଆଜି ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ସୁପ୍ରମ୍‌ କୋର୍ଟର ପାଞ୍ଚଜଣ ବିଚାରପତିଙ୍କୁ ନେଇ ଗଠିତ ଏକ ସାମ୍ବିଧାନିକ ଖଣ୍ଡପୀଠ ଏହା ପୂର୍ବରୁ ଗତ ଡିସେମ୍ବର ମାସରେ ବ୍ୟାଙ୍କ୍‌ ଆକାଉଣ୍ଟ ଓ ମୋବାଇଲ ନମ୍ବର ସମେତ ଅନ୍ୟ ସମସ୍ତ କ୍ଷେତ୍ର ପାଇଁ ଆବଶ୍ୟକ ଥିବା ଆଧାର ସଂଯୋଗ ସମୟ ସୀମାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦେଇଥିଲେ। ପୂର୍ବରୁ ବ୍ୟାଙ୍କ୍‌ ଆକାଉଣ୍ଟ ଓ ମୋବାଇଲ ନମ୍ବର ସହ ଆଧାର ସଂଯୋଗ ପାଇଁ ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ରହିଥିଲା।

ସମ୍ବନ୍ଧିତ ଖବର