ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମୋଦିଙ୍କ ସମ୍ପତ୍ତି କେତେ ଥିଲା ଓ ପରେ କେତେ ହୋଇଛି ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପତ୍ତିକୁ ନେଇ ପିଏମ୍‌ଓ ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଛି। ୨୦୧୪ରେ ଲୋକସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦିଙ୍କ ସମ୍ପତ୍ତି କେତେ ବଢ଼ିଛି, ତାହାକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି।

ସୋମବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି କରାଯାଇଥିବା ସୂଚନା ମୁତାବକ, ପିଏମ୍‌ଙ୍କ ସମ୍ପତ୍ତି ପାଖାପାଖି ୨.୨୮ କୋଟି ଟଙ୍କା ରହିଛି। ଏଥି ମଧ୍ୟରୁ ୧କୋଟି ୨୮ଲକ୍ଷ ଟଙ୍କାର ସମ୍ପତ୍ତି ସ୍ଥାବର ଓ ବାକି ସବୁ ସମ୍ପତ୍ତି ଅସ୍ଥାବର ରହିଛି। ୨୦୧୪ରେ ଲୋକସଭା ନିର୍ବାଚନ ସମୟରେ ପିଏମ୍‌ଙ୍କ ପାଖରେ ୧.୫କୋଟି ଟଙ୍କାର ସମ୍ପତ୍ତି ଥିଲା, ଯାହାକି ଚାରିବର୍ଷ ପରେ ଅର୍ଥାତ୍‌ ୨୦୧୮ରେ ଏହି ସମ୍ପତ୍ତିରେ ୭୫ଲକ୍ଷ ଟଙ୍କା ବୃଦ୍ଧି ପାଇଥିଲା। ଯାହା କି ବୃଦ୍ଧି ପାଇ ୨.୨୮କୋଟି ଟଙ୍କା ହୋଇଯାଇଛି। ୨୦୧୪ରେ ମୋଦିଙ୍କ ପାଖରେ ୧,୫୧,୫୭, ୫୮୨ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିଲା। ସେହି ସମୟରେ ତାଙ୍କ ପାଖରେ ୨୯ହଜାର ଟଙ୍କାର ନଗଦ ଟଙ୍କା ଥିଲା ଯାହା ଏବେ ବୃଦ୍ଧି ପାଇ ୪୮,୯୪୪ ଟଙ୍କାରେ ପହଞ୍ଚିଛି।

୨୦୧୪ରେ ମୋଦିଙ୍କ ପୋଷ୍ଟାଲ ସେଭିଂ ୪,୩୪,୦୩୧ ଟଙ୍କା ଥିଲା, ଏବେ ତାଙ୍କ ଖାତାରେ ୨୦୧୮ରେ ୧୧, ୨୯, ୬୯୦ଟଙ୍କା ଜମା ହୋଇଛି। ସେହିପରି ୨୦୧୪ରେ ପାଖାପାଖି ୪, ୨୩,୩୮୩ ଟଙ୍କାର ଏଫ୍‌ଡି ଥିଲା ଯାହା ଆଜି ୧,୦୭,୯୬, ୨୮୮ ଟଙ୍କାରେ ପହଞ୍ଚିଛି।

ସମ୍ବନ୍ଧିତ ଖବର