ପୁଣି ସେନା କଲା ସର୍ଜିକାଲ ଷ୍ଟ୍ରାଇକ, ଧ୍ୱସ୍ତ ହେଲା ଆତଙ୍କୀ ଶିବିର

ନୂଆଦିଲ୍ଲୀ: ଭାରତ ଓ ମିଆଁମାର ସୀମାରେ ସେନା ପୁଣି ଏକ ସର୍ଜିକାଲ ଷ୍ଟ୍ରାଇକ କରିଛି | ମଣିପୁର,ନାଗାଲାଣ୍ଡ ଓ ଆସାମରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ବଂସ କରିଦେଇଛି ସେନା | ଏହି ଅପରେସନର ନାମ ସନସାଇନ-୨ ନାମରେ ନାମିତ କରାଯାଇଛି | ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଅପରେସନ ସନସାଇନ-୨ ତିନିମାସ ତଳୁ ଆରମ୍ଭ କରାଯାଇଥିଲା |

ଏହି ସମୟରେ ପୂର୍ବ ଭାରତରେ ଥିବା ଅନେକ ଆତଙ୍କବାଦୀ ଶିବିରକୁ ଧ୍ବଂସ କରାଯାଇଛି | ତେବେ ଏହି ଅପରେସନରେ ଭାରତକୁ ମିଆଁମାର ସେନା ମଧ୍ୟ ସାହାଯ୍ୟ କରିଥିଲା | ଏବେ ଭାରତର ପଡୋଶୀ ମିଆଁମାର ମଧ୍ୟରେ ଆତଙ୍କବାଦକୁ ବିନାଶ କରିବାକୁ ପ୍ରଚେଷ୍ଟା ଆରମ୍ଭ ହୋଇଯାଇଛି | ଦୁଇ ସେନା ପରସ୍ପର ମଧ୍ୟରେ ସମ୍ପର୍କ ରଖି ଅପରେସନ କରୁଥିବାର ସେନା ପକ୍ଷରୁ କୁହାଯାଇଛି |

PHOTO-oneindia

ଏହି ଅପରେସନରେ କେଏଲଓ, ଖାପଲଂଗ, ଉଲଫା ଆତଙ୍କବାଦୀ ସଙ୍ଗଠନକୁ ଟାର୍ଗେଟ କରାଯାଇଥିଲା | ଏହାପୂର୍ବରୁ ଫେବୃୟାରୀ ୨୨ରୁ ୨୬ ମଧ୍ୟରେ ଅପରେସନ ସନସାଇନ-୧ କରାଯାଇଥିଲା | ଏହି ଅପରେସନ ସମୟରେ ଭାରତୀୟ ସେନା ତଲାସୀ କରିଥିବାବେଳେ ଆତଙ୍କବାଦୀମାନେ ମିଆଁମାର ସୀମାରେ ପଶିଥିଲେ | ସେଠାରେ ମିଆଁମାର ସେନା ଏମାନଙ୍କୁ ଧରିଥିଲା |

ସମ୍ବନ୍ଧିତ ଖବର