ଜଙ୍ଗଲ ନିଆଁରେ ଜଳିଗଲା ଅନେକ ଦୁର୍ଲ୍ଲଭ ଗଛ

ରୁଦ୍ରପ୍ରୟାଗ: ଉତ୍ତରାଖଣ୍ଡ ଜଙ୍ଗଲରେ ଏବେ ଲାଗିଥିବା ନିଆଁ ଥମିବାର ନାଁ ନେଉନାହିଁ | ଯାହାଫଳରେ ହେକ୍ଟର ହେକ୍ଟର ଜଙ୍ଗଲରେ ବହୁ ମୂଲ୍ୟ ଦୁର୍ଲଭ ଗଛ ନିଆଁରେ ଜଳିଯାଇଛି | ବନବିଭାଗ ଓ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭାଇବାକୁ ପ୍ରଚେଷ୍ଟା ଜାରି ରହିଛି | ବିଶେଷ କରି ଉତ୍ତରକାଶୀ ଅଂଚଳରେ ଥିବା ଜଙ୍ଗଲରେ ଏହି ନିଆଁ ବ୍ୟାପିବାରେ ଲାଗିଛି |

ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ ନିଆଁ ଲାଗି ଏ ପର୍ଯ୍ୟନ୍ତ ୯୦ ହେକ୍ଟରରୁ ଅଧିକ ଜଙ୍ଗଲରେ ଗଛ ନଷ୍ଟ ହୋଇଯାଇଛି | ତେବେ ଏହି ନିଆଁରେ ଜଙ୍ଗଲ ପାଖରେ ଥିବା ଗାଁ ରେ ଭୟର ବାତାବରଣ ଖେଳିଯାଇଛି | ବଡ କଥା ଶନିବାର ଦିନ ଲାଗିଥିବା ଏହି ନିଆଁକୁ ଏ ପର୍ଯ୍ୟନ୍ତ ଲିଭାଯାଇପାରିନାହିଁ | ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଶୁଖିଲା ପତ୍ରରେ କିଛି ଦୃବୁର୍ତ୍ତ ନିଆଁ ଲଗାଇଦେଇଥିଲେ ଯାହାଫଳରେ ଏହି ନିଆଁ ବ୍ୟାପିବାରେ ଲାଗିଥିଲା | ଏହା ସହ ଗରମ ଝାଞ୍ଜି ବୋହୁଥିବାରୁ ନିଆଁ କୁ ଆୟତ କରିହେଉନାହିଁ |

ସମ୍ବନ୍ଧିତ ଖବର