ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି: ପୂର୍ବତନ ପ୍ରତିରକ୍ଷା ସଚିବଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ: ପୂର୍ବତନ ପ୍ରତିରକ୍ଷା ସଚିବ ଶଶି କାନ୍ତ ଶର୍ମା ଏବଂ ଭାରତୀୟ ବାୟୁସେନାର ଚାରି ଜଣ ଅଧିକାରୀଙ୍କ ବିରୋଧରେ ୩,୭୦୦ କୋଟି ଟଙ୍କାର ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀିତରେ (କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ସିବିଆଇ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଦାଖଲ କରିଛି ବୋଲି ଅଧିକାରୀମାନେ ବୁଧବାର କହିଛନ୍ତି।

କଣ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ନିଯୁକ୍ତ ହେବା ପୂର୍ବରୁ ୨୦୧୧ ରୁ ୨୦୧୩ ମଧ୍ୟରେ ଦେଶର ପ୍ରତିରକ୍ଷା ସଚିବ ଥିବା ଶର୍ମାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ସରକାରଙ୍କ ଠାରୁ ସମ୍ମତି ପାଇବା ପରେ ସିବିଆଇ ଏହି ଚାର୍ଜସିଟ୍‌ ଦାଖଲ କରିଛି।

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ, ତତ୍କାଳୀନ ଏୟାର ଭାଇସ୍‌ ମାର୍ଶଲ ଜସବୀର ସିଂ ପାନେସର (ବର୍ତ୍ତମାନ ଅବସରପ୍ରାପ୍ତ), ଡେପୁଟି ଚିଫ୍‌ ଟେଷ୍ଟ ପାଇଲଟ୍‌ ଏସ୍‌ ଏ କୁଣ୍ଟେ, ତତ୍କାଳୀନ ୱିଙ୍ଗ୍‌ କମାଣ୍ଡର ଥୋମାସ୍‌ ମାଥ୍ୟୁ ଏବଂ ଗ୍ରୁପ୍‌ କ୍ୟାପଟେନ୍‌ ଏନ୍‌ ସନ୍ତୋଷଙ୍କ ନାମରେ ମଧ୍ୟ ଚର୍ଜେସିଟ ଦାଖଲ କରିଥିବା ସିବିଆଇ ଅଧିକାରୀ କହିଛନ୍ତି। କୁଣ୍ଟେ ଏବଂ ସନ୍ତୋଷ ଏୟାର କମୋଡୋର ଭାବରେ ଅବସର ନେଇଥିଲେ।

ଉଲ୍ଲେଖଯୋଗ୍ୟ, ଏହି ଦୁର୍ନୀତି ପୂର୍ବତନ ପ୍ରାଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମୟରେ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡରୁ ୧୨ଟି ଭିଭିଆଇପି ହେଲିକପ୍ଟଟର କିଣିବା ସହିତ ଜଡିତ।

ସମ୍ବନ୍ଧିତ ଖବର