ଯାନ୍ତ୍ରିକ ତ୍ରୁଟି , ଓଡ଼ିଶାରୁ  ଚେନ୍ନାଇ ଯାଉଥିବା ବାୟୁସେନା ହେଲିକାପ୍ଟରର ଜରୁରୀ ଅବତରଣ

ସୋମପେଟା (ଶ୍ରୀକାକୁଲମ):  ବିଗତି କିଛି ଦିନ ଧରି ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣା ବା ଯାନ୍ତ୍ରିକ ତ୍ରୁଟି ନିୟମିତ ହୋଇଗଲାଣି । ଦୁଇଦିନ ତଳେ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାରେ ବାୟୁସେନାର ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ଆଜି ଏକ ହେଲିକାପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି । ଫଳରେ ଏହା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ସୋମପେଟାଠାରେ  ଜରୁରୀକାଳୀନ ଅବତରଣ କରିଛି । ଏହି ହେଲିକାପ୍ଟରରେ ୩ଜଣ ବାୟୁସେନା କର୍ମଚାରୀ ଥିଲେ ।

ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନରେ ଏହି ହେଲିକାପ୍ଟରଟି ଓଡ଼ିଶାର ଗୋପାଳପୁରରୁ ଚେନ୍ନାଇ ଅଭିମୁଖେ ଯାଉଥିବାବେଳେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ।  ହେଲିକାପ୍ଟରଟି ଗୋପାଳପୁର ଛାଡିବାର ମାତ୍ର ୧୫ରୁ ୨୦ ମିନିଟ ମଧ୍ୟରେ ପାଇଲଟ ଯାନ୍ତ୍ରିକ ତ୍ରୁଟି ବିଷୟରେ ଜାଣିପାରିଲେ ।  ଫଳରେ ପାଇଲଟ ବାଧ୍ୟ ହୋଇ  ଶ୍ରୀକାକୁଲମ ଜିଲ୍ଲାର ସୋମପେଟା ଗ୍ରାମରେ  ଏକ ବିଲରେ ଜରୁରୀକାଳୀନ ଅବତରଣ କରିଥିଲେ । ପରେ ବିଶାଖାପାଟଣାରୁ ବାୟୁସେନାର ଏକ ଇଂଜିନିୟରିଂ  ଆଉ ଏକ ହେଲିକାପ୍ଟରରେ ଟିମ ଘଟଣାସ୍ଥଳରେ ପହଞ୍ଚିବା ପରେ ତ୍ରୁଟି କୁ ସଜଡ଼ାଯାଇଥିଲା । ଏହା ପରେ ସଂଧ୍ୟା ୫ଟା ୩୦ ବେଳକୁ ହେଲିକାପ୍ଟରଟି ଆଉ ଚେନ୍ନାଇ ନ ଯାଇ ଗୋପାଳପୁର ଫେରିଆସିଛି ।

ସମ୍ବନ୍ଧିତ ଖବର