କଂଗ୍ରେସ ଛାଡ଼ିଲେ ମୋଦୀଙ୍କ ଉପରେ ‘ଡକ୍ୟୁମେଣ୍ଟାରି’ ପାଇଁ  ‘ବିବିସି’କୁ ସମାଲୋଚନା କରିଥିବା ଏ. କେ. ‌ଆଣ୍ଟୋନିଙ୍କ ପୁଅ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ପର୍ଯ୍ୟବେଶିତ ‘ଇଣ୍ଡିଆ: ଦି ମୋଦୀ କ୍ବେଶ୍ଚନ୍‌’ ଶୀର୍ଷକ ବୃତ୍ତଚିତ୍ର ନିମନ୍ତେ ‘ବିବିସି’କୁ ସମାଲୋଚନା କରିବାର ଦିନକ ପରେ ଅର୍ଥାତ୍‌ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ. କେ. ଆଣ୍ଟୋନିକଙ୍କ ପୁଅ ତଥା କଂଗ୍ରେସ ନେତା ଅନୀଲ ଆଣ୍ଟୋନି ଦଳରୁ ଇସ୍ତଫା ଦଇଛନ୍ତି।

ସେ କହିଛନ୍ତି, ‘ଟୁଇଟ୍‌’ ପ୍ରତ୍ୟାହାର କରିନେବା ନିମନ୍ତେ ମୋ ପାଖକୁ ସଂକୀର୍ଣ୍ଣ ମନୋଭାବାପନ୍ନ ବ୍ୟକ୍ତିଙ୍କ ଫୋନ୍‌ ଆସୁଛି। କିନ୍ତୁ, ମୁଁ ତାହା କରିବାକୁ ରାଜି ନ ଥିବାରୁ ଆଜି କଂଗ୍ରେସରୁ ଇସ୍ତଫା ଦେଉଛି।

‘କେପିସିସି’ ଡିଜିଟାଲ୍‌ ମିଡିଆ’ର ଆବାହକ ଓ ‘କଂଗ୍ରେସ ସାମାଜିକ ଗଣମାଧ୍ୟମ ଓ ଡିଜିଟାଲ୍‌ କମ୍ୟୁନିକେସନ୍‌ ସେଲ୍‌’ର ଦାୟିତ୍ବ ଛାଡ଼ିଥିବା କହି ଅନୀଲ ଲେଖିଥିବା ଇସ୍ତଫା ପତ୍ରରେ ଉଲ୍ଲେଖ ଅଛି, ଗତକାଲିର ଘଟଣାକ୍ରମକୁ ବିଚାର କରି ମୋର ମନେହେଲା, କଂଗ୍ରେସର ସମସ୍ତ ଦାୟିତ୍ବ ଛାଡ଼ିଦେବା ଉଚିତ।

Image Courtesy of Oneindia

ଗତକାଲି ଅନୀଲ ଆଣ୍ଟୋନି ‘ବିବିସି’କୁ ଭାରତ ବିରୋଧରେ ଅପ୍ରାସଙ୍ଗିକ ମତପୋଷଣ କରିବାରେ ପୁରାତନ କୁଖ୍ୟାତି ଥିବା ରାଷ୍ଟ୍ର-ପ୍ରାୟୋଜିତ ଚ‌ାନେଲ୍‌ ବୋଲି କହିଛନ୍ତି।

ତାଙ୍କର ମତ କେରଳ କଂଗ୍ରେସର ମତାମତକୁ ବିରୋଧ କରୁଛି। ଉକ୍ତ ବୃତ୍ତଚିତ୍ର ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପ୍ରସାରଣ କରାଯାଉ ବୋଲି କେରଳ କଂଗ୍ରେସ ମତ ଦେଇଛି।

ସୂଚନାଯୋଗ୍ୟ, ଦୁଇ ଭାଗର ଏହି ‘ବିବିସି ଡକ୍ୟୁମେଣ୍ଟାରି’ ୨୦୦୨ ଗୁଜରାଟ ଦଙ୍ଗାର କେତେକ ଦିଗ ଉପରେ କରାଯାଇଥିବା ତଦନ୍ତ ଆଧାରିତ ବୋଲି ‘ବିବିସି’ ଦାବି କରୁଥିବା ବ‌େଳେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏହାକୁ ପ୍ରଚାରସର୍ବସ୍ବ ଓ ଉପନିବେଶୀୟ ମନୋଭାବସମ୍ପନ୍ନ କହି ତୀବ୍ର ସମାଲୋଚନା କରିଛି।

ଗତକାଲି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ମଧ୍ୟ ଉକ୍ତ ଡକ୍ୟୁମେଣ୍ଟାରି ପ୍ରସଙ୍ଗରେ କହିବା ବେଳେ କହିଥିଲେ, ସତ୍ୟର ଉନ୍ମୁକ୍ତ ହେବାର ବଦଭ୍ୟାସ ଅଛି। ଗଣମାଧ୍ୟମକୁ ନିଷିଦ୍ଧ କରି, ‘ଇଡି’ ଓ ‘ସବିଆଇ’ ବ୍ୟବହାର କରି ଯେତେ ଉଦ୍ୟମ କଲେ ସତ୍ୟକୁ ଅବରୋଧ କରାଯାଇ ପାରିବ ନାହିଁ।

ସମ୍ବନ୍ଧିତ ଖବର