ପେହେଲୁ ଖାଁ ହତ୍ୟା ମାମଲା : ସମସ୍ତ ୬ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଅଲଓ୍ଵାର : ରାଜସ୍ଥାନ ଅଲଓ୍ଵାରର ବହୁଚର୍ଚ୍ଚିତ ପେହେଲୁ ଖାଁ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ୬ ଜଣଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି ଏକ ସ୍ଥାନୀୟ କୋର୍ଟ । ଅଲଓ୍ଵାରର ଅତିରିକ୍ତ ଜିଲ୍ଲା ଜଜ୍‌ ଗତ ୭ ତାରିଖରେ ଏହି ମାମଲାର ଶୁଣାଣି ଶେଷ କରିବା ପରେ ରାୟ ସୁରକ୍ଷିତ ରଖିଥିଲେ ।
୨୦୧୭ ଏପ୍ରିଲ୍ ପହିଲାରେ ଏକ ଗୋରୁ ଭର୍ତ୍ତି ଗାଡ଼ି ସହ ନିଜ ଘରକୁ ଯାଉଥିବା ବେଳେ ଅଲଓ୍ଵାରରେ କେତେକ ଆତ୍ମଘୋଷିତ ଗୋରକ୍ଷକ ତାଙ୍କୁ ଆକ୍ରମଣ କରିଥିଲେ।

ଏହାପରେ ଏପ୍ରିଲ ୩ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ପେହେଲୁଙ୍କର ମୃତ୍ୟୁ ହୋଇଥିଲା। ‘ଗୋ ରକ୍ଷକ’ଙ୍କ ଦ୍ୱାରା ଉପୁଜିଥିବା ଭିଡ଼ ହିଂସାରେ ପେହେଲୁ ପ୍ରାଣ ହରାଇବା ପରେ ରାଜସ୍ଥାନରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ତେବେ ତଦନ୍ତ ପରେ ପୁଲିସ କହିଥିଲା ଯେ ପେହେଲୁ ଓ ତାଙ୍କର ଦୁଇ ପୁଅ ମିଶି ସେ ସମୟରେ ଗୋଚାଣ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କ ଗାଡ଼ିକୁ ଧରିଥିଲେ। ‘ଗୋ ରକ୍ଷକ’ଙ୍କ ହାତରେ ତାଙ୍କ ଗାଡ଼ି ପଡ଼ିବା ପରେ ସେ ଗାଡ଼ିକୁ ଅଟକାଇ ପୁଲିସ୍କୁ ସୂଚନା ଦେଇଥିଲେ। ପୁଲିସ୍ ଆସି ତାଙ୍କୁ ଧରି ନେଇ ହେପାଜତରେ ରଖିବା ବେଳେ ତାଙ୍କ ଜୀବନ ଯାଇଥିଲା। ‘ଗୋ ରକ୍ଷକ’ ମାନେ ମାରଧର କରି ନାହାନ୍ତି ବୋଲି ପୁଲିସ୍ ନିଜ ରିପୋର୍ଟରେ କହିଥିଲା ।

ସମ୍ବନ୍ଧିତ ଖବର