ଅଯୋଧ୍ୟା ମାମଲା ଆଲୋଚନା କରିବାକୁ ଜରୁରୀ ବୈଠକ ଡାକିଲା ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ୍‌ ଲ’ ବୋର୍ଡ

ଲକ୍ଷ୍ନୌ: ଅଯୋଧ୍ୟା ମାମଲା ଆଲୋଚନା କରିବାୁ ରବିବାର ସକାଳେ ‘ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ୍‌ ଲ’ ବୋର୍ଡ’ (ଏଆଇଏମ୍‌ପିଏଲ୍‌ପି) ତା’ର ଓ୍ଵାର୍କିଙ୍ଗ୍‌ କମିଟିର ଏକ ଜରୁରୀ ବୈଠକ ଡାକିଛି।

ଏହି ବୈଠକରେ କମିଟିର ସମସ୍ତ ୫୧ ଜଣ ସଦସ୍ୟ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି। ଏଥିରେ ସୁନ୍ନି ସେଣ୍ଟ୍ରାଲ୍‌ ଓ୍ଵାକଫ୍‌ ବୋର୍ଡର ପ୍ରତିନିଧିମାନେ ଯୋଗ ଦେବାର ସମ୍ଭାବନା ରହିଛି।

ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ଜମି ବିବାଦ ମାମଲାର ସମାଧାନ ଲାଗି ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ମଧ୍ୟସ୍ଥତା କମିଟିର ତା’ର ପ୍ରଥମ ବୈଠକ ମାର୍ଚ ୧୩ ତାରିଖରେ ବସାଇ ଏଥିରେ ଉପସ୍ଥିତ ଉଭୟ ପକ୍ଷଙ୍କୁ ଶୁଣାଣି କରିଥିଲା।

ସୁପ୍ରିମ୍‌ କୋର୍ଟଙ୍କ ମତକୁ ସୂଚାଇ ଶୀର୍ଷ ଅଦାଲତର ପୂର୍ବତନ ବିଚାରପତି ଏଫ୍‌ ଏମ୍‌ ଇବ୍ରାହିମ୍‌ କାଲିଫୁଲ୍ଲାଙ୍କ ନେତୃତ୍ୱାଧୀନ କମିଟି ନିର୍ଦେଶ ଦେଇଥିଲେ କି, ମୁଦ୍ରିତ ଗଣମାଧ୍ୟମ କିଂବା ଅନ୍ୟ କୌଣସି ଗଣମାଧ୍ୟମରେ ମଧ୍ୟସ୍ଥତା ଅଗ୍ରଗତିର କୌଣସି ଖବର ପ୍ରକାଶ ପାଇବ ନାହିଁ।

ସମ୍ବନ୍ଧିତ ଖବର