ନୂଆଦିଲ୍ଲୀ : ବିଶ୍ବର ପ୍ରମୁଖ ଟେକନଲୋଜୀ କମ୍ପାନିମାନେ ଏବେ ୨ୟ ପର୍ଯ୍ୟାୟ ଛଟେଇ ଆରମ୍ଭ କରିଦେଲେଣି । ଫେସବୁକ ପରେ ଏବେ ଇ-କମର୍ସ କମ୍ପାନି ଆମାଜନ ବି ୨ୟ ଦଫା ଛଟେଇ କରିବାକୁ ଘୋଷଣା କରିଛି । କଂପାନି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଆଗାମୀ କିଛି ସପ୍ତାହ ମଧ୍ୟରେ ପ୍ରାୟ ୯ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ସପ୍ତାହରେ ଫେସବୁକର ମୂଳ କମ୍ପାନି ମେଟା ମଧ୍ୟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ବୋଲି କହିଥିଲା।
ଆମାଜନ ଏହି ଛଟେଇ ପାଇଁ ଖରାପ ଆର୍ଥିକ ସ୍ଥିତିକୁ ଦର୍ଶାଇଛି। ଦ୍ୱିତୀୟ ପର୍ୟ୍ୟାୟ ଛଟେଇକୁ ନେଇ ଆମାଜନ ମଧ୍ୟ ଏକ ବିବୃତି ଜାରି କରିଛି । ଯେଉଁ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯିବ ସେମାନଙ୍କୁ ଏପ୍ରିଲ ମଧ୍ୟଭାଗ ସୁଦ୍ଧା ଅବଗତ କରାଯିବ ବୋଲି ଏହି ବିବୃତିରେ କୁହାଯାଇଛି । ଏହା ପୂର୍ବରୁ ୨୦୨୩ ଜାନୁଆରୀରେ ଆମାଜନ ୧୮ ହଜାର ଲୋକଙ୍କୁ କଂପାନିରୁ ଛଟେଇ କରିଥିଲା ।
ଆମାଜନରେ ଦ୍ବିତୀୟ ପର୍ୟ୍ୟାୟ ଛଟେଇ ସମ୍ପର୍କରେ କଂପାନିର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଅର୍ଥାତ୍ ସିଇଓ ଆଣ୍ଡି ଜେସି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କମ୍ପାନୀର ବାର୍ଷିକ ଯୋଜନା ପ୍ରକ୍ରିୟା ଚଳିତ ମାସରେ ଶେଷ ହେବ ଏବଂ ଏହା ପରେ ଦ୍ୱିତୀୟ ପର୍ଯ୍ୟାୟ ଛଟେଇ ଆରମ୍ଭ ହେବ । ଏହା ସହ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କମ୍ପାନୀ କେତେକ ରଣନୈତିକ କ୍ଷେତ୍ରରେ ନୂତନ ନିଯୁକ୍ତି ମଧ୍ୟ ନିଯୁକ୍ତି ଦେବ ।