ମମତା ବାନାର୍ଜୀଙ୍କ ଗଡ଼ରେ ଦୁର୍ଗା ପୂଜା ଉତ୍ସବର ଉଦଘାଟନ କରିବେ ଅମିତ ଶାହ!

ନୂଆଦିଲ୍ଲୀ: ମମତା ବାନାର୍ଜୀଙ୍କୁ ମାତ୍ ଦେବାଲାଗି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କର ଏକ ମାଷ୍ଟର ପ୍ଲାନ୍ ଏବେ ଚର୍ଚ୍ଚାର ବିଷୟ ହୋଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗଡ଼ କୁହାଯାଉଥିବା କାଳୀଘାଟରେ ଦୁର୍ଗା ପୂଜା ଉତ୍ସବର ଉଦଘାଟନ କରିପାରନ୍ତି ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ ସଂଘଶ୍ରୀ ଦୁର୍ଗାପୂଜା କମିଟି ବିଗତ ୭୩ ବର୍ଷ ଧରି ଦୁର୍ଗା ପୂଜାର ଆୟୋଜନ କରିଆସୁଛି । ବିଗତ କିଛି ବର୍ଷ ହେବ ଏହି ପୂଜା ଉତ୍ସବକୁ ମମତା ବାନାର୍ଜୀ ଉଦଘାଟନ କରି ଆସୁଛନ୍ତି । ବିଜେପିର ରାଜ୍ୟ ଶାଖାର ସାଧାରଣ ସଂପାଦକ ସାୟନ୍ତନ ବସୁ ଏହି ଦୁର୍ଗାପୂଜା କମିଟିର ପ୍ରମୁଖ ଅଟନ୍ତି ।

photo-ndtv

କମିଟିର ସହଯୋଗୀ ସାଧାରଣ ସଂପାଦକ ସୌରବନ୍ଦୀପ ଦତ୍ତ କହିଛନ୍ତି, ରାଜନୀତି ସହିତ କୌଣସି ସଂପର୍କ ନାହିଁ । ସାୟନ୍ତନ ବସୁ  ଆମର ଅଧ୍ୟକ୍ଷ । ଏଥର ଦୁର୍ଗାପୂଜାର ଆରମ୍ଭ ତାରିଖ ନିର୍ଦ୍ଧାରଣ କରିବା ଲାଗି ଅମିତ ଶାହଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରାଯିବ ବୋଲି କହିଛନ୍ତି । ଯଦି ଅମିତ ଶାହ ଏହି ପ୍ରସ୍ତାବ ଗ୍ରହଣ କରନ୍ତି ତେବେ ତାହା ବିଜେପିଲାଗି ଭଲ ହେବ ବୋଲି ଦଳୀୟ ନେତାମାନେ ମନେ କରୁଛନ୍ତି।

ସମ୍ବନ୍ଧିତ ଖବର