ବ୍ରାଜିଲ୍‌ ଏୟାର୍‌ପୋର୍ଟରୁ ୪୦ ନିୟୁତ ଡଲାର୍‌ ମୂଲ୍ୟର ସୁନା ଏବଂ ଦାମିକା ଧାତୁ ଚୋରାଇ ନେଲେ ସଶସ୍ତ୍ର ଦୁର୍ବୃତ୍ତ

ସାଓ ପାଓଲୋ: ଗୁରୁବାର ଦିନ ଦକ୍ଷିଣ ଆମେରିକାର ବ୍ୟସ୍ତବହୁଳ ବିମାନ ବନ୍ଦରରେ ଦୁଇ ଜଣ ବ୍ୟକ୍ତିଙ୍କୁ ପଣବନ୍ଦୀ ରଖି ସଶସ୍ତ୍ର ଦୁର୍ବୃତ୍ତମାନେ ସାଓ ପାଓଲୋ ମାଲବାହୀ ବିମାନ ଟର୍ମିନାଲ୍‌ରୁ ୪୦ ନିୟୁତ ଡଲାର୍‌ ମୂଲ୍ୟର ସୁନା ଓ ଅନ୍ୟ ମୂଲ୍ୟବାନ ଧାତୁ ଚୋରାଇ ନେଇଥିବା କଥା ପୁଲିସ କହିଛି।

ସିକ୍ୟୁରିଟି ଫୁଟେଜ୍‌ର ଚିତ୍ରରେ ଦେଖାଯାଉଛି ବ୍ରାଜିଲ୍‌ ଫେଡେରାଲ୍‌ ପୁଲିସ ପୋଷାକ ପରି ପୋଷାକ ପରିହିତ କେତେକ ସନ୍ଦିଗ୍ଧ ଗୋଟାଏ କଳା ପିକ୍‌ଅପ୍‌ ଟ୍ରକ୍‌ ନେଇ ଗୁଆରୁଲ୍‌ହୋସ୍‌ ବିମାନ ବନ୍ଦରରେ ପହଞ୍ଚିଥିଲେ। ମୁହଁ ଘୋଡ଼ାଇ ଥିବା ଚାରିଜଣ ଲୋକ ଗାଡ଼ିରୁ ଓହ୍ଲାଇ ଆସିଲେ।

ସେମାନଙ୍କ ମଧ୍ୟରୁ ଅନ୍ୟୂନ ଜଣକ ହାତରେ ଥିଲା ରାଇଫଲ୍‌ଟିଏ। ସେମାନେ ଏୟାର୍‌ପୋର୍ଟର କର୍ମଚାରୀଙ୍କ ସହ ଧସ୍ତାଧସ୍ତି କରି ମାଲ୍‌ପତ୍ର ସବୁ ପିକ୍‌ଅପ୍‌ ଟ୍ରକ୍‌ରେ ଭରି ଥିଲେ।

Image Source: India Today

ଏୟାର୍‌ପୋର୍ଟ ପୁଲିସ କହିବା ଅନୁସାରେ, ଚୋରମାନେ ପ୍ରାୟ ୭୫୦ କିଲୋ ସୁନା ଏବଂ ଅନ୍ୟାନ୍ୟ ଦାମିକା ଧାତୁ ନେଇ ପଳାଇଛନ୍ତି। ଏଥିପାଇଁ ସେମାନେ ବିମାନ ବନ୍ଦରର ଦୁଇ ଜଣ କର୍ମଚାରୀଙ୍କୁ ପଣବନ୍ଦୀ ରଖିଥିଲେ।

ଏହି ଆକ୍ରମଣରେ କେହି ଆହତ ହୋଇ ନ ଥିବା କଥା ବିମାନ ବନ୍ଦରର ଜଣେ ମୁଖପାତ୍ରୀ କହିଛନ୍ତି, କିନ୍ତୁ ପଣବନ୍ଦୀଙ୍କ ସଂକ୍ରାନ୍ତରେ କୌଣସି ସୂଚନା ଦେଇ ନାହାନ୍ତି।

ସମ୍ବନ୍ଧିତ ଖବର