ଅମିତ ଶାହଙ୍କ ବେକରେ ଅସ୍ତ୍ରୋପଚାର, ହସ୍ପିଟାଲ୍‌ରୁ ଫେରିଲେ

ଅହମଦାବାଦ୍‌ : ‌କେନ୍ଦ୍ର ଗୃହମନ୍ତ୍ରୀ ଏବଂ ବିଜେପି ସଭାପତି ଅମିତ ଶାହଙ୍କ ବେକରେ ଆଜି ଏକ ଅସ୍ତ୍ରୋପଚାର ହୋଇଛି। ବେକ ପ‌ଛରେ ଥିବା ‘ଲିପୋମା’ ବାହାର କରିବା ପାଇଁ ଶାହଙ୍କର ଆଜି ଅହମଦାବାଦ୍‌ ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଅସ୍ତ୍ରୋପଚାର ହୋଇଥିଲା । ଅସ୍ତ୍ରୋପଚାରର କିଛି ଘଣ୍ଟା ପରେ ତାଙ୍କୁ ହସ୍ପିଟାଲ୍‌ରୁ ଡିସଚାର୍ଜ କରାଯାଇଛି। ଅହମଦାବାଦ୍‌ର କେ ଡି ହସ୍ପିଟାଲ୍‌ରେ ଶାହଙ୍କୁ ଆଜି ସକାଳ ୯ଟାରେ ଭର୍ତ୍ତି କରାଯାଇଥିଲା। ଛୋଟ ଅସ୍ତ୍ରୋପଚାର ପରେ ତାଙ୍କୁ ଅପରାହ୍ନ ୧୨.୩୦ରେ ହସ୍ପିଟାଲ୍‌ରୁ ଡିସଚାର୍ଜ କରାଯାଇଥିଲା। ଏହାପରେ ଶାହ ଏସ୍‌ଜି ହାଇୱେ ସ୍ଥିତ ତାଙ୍କ ବାସଭବନକୁ ଯାଇଥିବା ଜଣାପଡ଼ିଛି। ଆସନ୍ତାକାଲି ସେ ଦିଲ୍ଲୀ ଫେରିବେ।

ସମ୍ବନ୍ଧିତ ଖବର