ଚତୁର୍ଥଦିନରେ ଆନ୍ନାଙ୍କ ଆମରଣ ଅନଶନ

ନୂଆଦିଲ୍ଲୀ : ଦିଲ୍ଲୀର ରାମଲୀଳା ମଇଦାନରେ ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଗାନ୍ଧୀବାଦୀ ନେତା ଆନ୍ନା ହଜାରେଙ୍କ ଆମରଣ ଚତୁର୍ଥ ଦିନରେ ପହଞ୍ଚିଛି। ଆନ୍ନାଙ୍କ ଦାବି ଗୁଡ଼ିକ ସମ୍ପର୍କରେ ବିଚାର କରିବା ସହ ପ୍ରତିକ୍ରିୟା ଦେବା ପାଇଁ ମଙ୍ଗଳବାର ଯାଏଁ ସରକାରଙ୍କୁ ଅଲଟିମେଟମ୍‌ ଦିଆଯାଇଛି। ଏହା ପରେ ଆନ୍ନାଙ୍କ ପରବର୍ତ୍ତୀ ପଦକ୍ଷେପ ବିଷୟରେ ଘୋଷଣା କରାଯିବ ବୋଲି କୋର୍‌ କମିଟିର ଜଣେ ସଦସ୍ୟ କହିଛନ୍ତି। ଏହି ଚାରିଦିନରେ ଆନ୍ନାଙ୍କ ଓଜନ ୪କିଲୋ କମିଥିବା ଜଣାପଡ଼ିଛି। ଗତ ତିନି ଦିନରେ କେନ୍ଦ୍ର ସରକାର ଆନ୍ନାଙ୍କ ଦାବି ସମ୍ପର୍କିତ କୌଣସି ଉତ୍ତର ଦେଇନଥିବା ବେଳେ ଆଜି ମହାରାଷ୍ଟ୍ର ଜଳ ସମ୍ପଦ ମନ୍ତ୍ରୀ ଗିରିଶ ମହାଜନ ଆନ୍ନାଙ୍କୁ ଅନଶନ ସ୍ଥଳରେ ଭେଟି ଆଲୋଚନା କରିଛନ୍ତି। ଅପରପକ୍ଷେ ଓଡ଼ିଶା, ପଞ୍ଜାବ, ହରିଆଣା, ୟୁପି ,ମହାରାଷ୍ଟ୍ର ଓ ରାଜସ୍ଥାନ ସମେତ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଆନ୍ଦୋଳନକାରୀ ଆନ୍ନାଙ୍କୁ ସମର୍ଥନ ଜଣାଇ ତାଙ୍କ ସହ ଅନଶନରେ ବସିଛନ୍ତି।

ସମ୍ବନ୍ଧିତ ଖବର