ପଶ୍ଚିମବଙ୍ଗର ନଦିଆରେ ଆଉ ଜଣେ ବିଜେପି କର୍ମୀଙ୍କୁ ଗୁଳି ମାରି ହତ୍ୟା

କୋଲ୍‌କାତା: ନଦିଆ ଜିଲ୍ଲାରେ ଜଣେ ୫୫ ବର୍ଷିୟ ସ୍ଥାନୀୟ ବିଜେପି ନେତାଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଗୁଳି ମାରି ହତ୍ୟା କରିଛନ୍ତି।

ପୁଲିସ କହିବା ଅନୁସାରେ, ଘଟଣାଟି ଶୁକ୍ରବାର ରାତିରେ ଘଟିଛି। ତେଜରାତି ଦୋକାନ କରିଥିବା ସେ ବିଜେପି ନେତା ହରଲା ଦେବନାଥ ଦୋକାନ କାମ ସାରି ପଦାକୁ ବାହାରିଥିଲେ। ଠିକ୍‌ ସେ ଦୋକାନ ବନ୍ଦ କରିବାକୁ ଯାଉଥିବା ବେଳେ ସ୍ନାକ୍ସ୍‍ ଖରିଦ କରିବାକୁ ଦୁଇ ଜଣ ଲୋକ ଆସି ପହଞ୍ଚିଥିଲେ।

Image Source: NDTV

ବିଜେପି ଜିଲ୍ଲା ପ୍ରତିନିଧି ଡକ୍ଟର ମାନବେନ୍ଦ୍ର ରାୟ କହିଛନ୍ତି: ଦେବନାଥ ତାଙ୍କୁ ସ୍ନାକ୍ସ୍‍ ପ୍ୟାକେଟ୍‌ ଦେଇ ପଦାକୁ ଆସିବା କ୍ଷଣି ଦୁହେଁ ରିଭଲ୍‌ଭର୍‌ଟାଏ କାଢ଼ି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ମୋର ବିଶ୍ୱାସ ଏଥିରେ ତୃଣମୂଳ କଂଗ୍ରେସ ସମ୍ପୃକ୍ତ।

ସ୍ଥାନୀୟ ଲୋକମାନେ ଦେବନାଥଙ୍କୁ ତୁରନ୍ତ ନିକଟବର୍ତ୍ତୀ ଡାକ୍ତରଖାନାକୁ ନେଇଥିଲେ କିନ୍ତୁ, ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।
ଦୋଷୀମାନଙ୍କୁ ଖୋଜିବା ଏବଂ ଅପରାଧର ଉଦ୍ଦେଶ୍ୟ ଜାଣିବା ନିମନ୍ତେ ତଦନ୍ତ ଆରମ୍ଭ ହୋଇଥିବା କଥା ପୁଲିସ କହିଛି।

ସମ୍ବନ୍ଧିତ ଖବର