‘ଦେଶଦ୍ରୋହୀଙ୍କୁ ଗୁଳି ମାର’ ଅନୁରାଗ ଠାକୁର

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଏକ ନିର୍ବାଚନୀ ରୢାଲିରେ ଯୋଗଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଦେଶଦ୍ରୋହୀଙ୍କୁ ଗୁଳି ମାରିବାକୁ ଆହ୍ବାନ ଦେଇଛନ୍ତି। ଉତ୍ତର-ପଶ୍ଚିମ ଦିଲ୍ଲୀର ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାବେଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଯେଉଁମାନେ ଦେଶ ପ୍ରତି ବିଶ୍ବାସଘାତ କରୁଛନ୍ତି, ସେମାନଙ୍କୁ ଗୁଳି ମାର। ତେବେ କେନ୍ଦ୍ରମନ୍ତ୍ରୀଙ୍କ ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ‌େହବା ପରେ ବିରୋଧୀମାନେ ଏହା ଉପରେ ଆପତ୍ତି ଉଠାଇଛନ୍ତି। କଂଗ୍ରେସ ନେତା କୀର୍ତ୍ତି ଆଜାଦ କହିଛନ୍ତି, ବିଜେପିମାନେ ଦେଶଦ୍ରୋହୀ। ସେମାନେ ଦେଶରେ ଶାନ୍ତି ଓ ଏକତା ନଷ୍ଟ କରି ଚାଲିଛନ୍ତି।

ସମ୍ବନ୍ଧିତ ଖବର