ଆମେ ପ୍ରସ୍ତୁତ ! ଆତଙ୍କବାଦୀଙ୍କ ଦୁଃସାହସକୁ ଦୃଢତାର ସହ ଦମନ କରିବୁ : ନୌସେନା

ନୂଆଦିଲ୍ଲୀ : କାଶ୍ମୀରରୁ ଧାରା ୩୭୦ ଉଠିବା ପରେ ଭାରତ ଉପରେ ରାଗ ସୁଝେଇବା ପାଇଁ ପାକିସ୍ତାନ ସୁଯୋଗ ଅପେକ୍ଷାରେ ରହିଛି । ନିୟନ୍ତ୍ରଣ ରେଖା ଓ ସମଗ୍ର ଜମ୍ମୁ ଓ କଶ୍ମୀରରେ ଭାରତୀୟ ସେନା ସତର୍କ ରହିଥିବାରୁ ସମୁଦ୍ର ପଥ ଦେଇ ଆତଙ୍କବାଦୀ ଆକ୍ରମଣ କରିବାକୁ ପାକିସ୍ତାନୀ ଆତଙ୍କବାଦୀମାନେ ଯୋଜନା କରୁଥିବା ଗୁଇନ୍ଦା ରିପୋର୍ଟ ମିଳିବା ପରେ ନୌସେନା ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । ଆଜି ନୌସେନା ପକ୍ଷରୁ କୁହାଯାଇଛି ଯେ ଯେକୌଣସି ପ୍ରକାରର ଦୁଃସାହସ କୁ ଦୃଢତାର ସହ ଦମନ କରାଯିବ ।

ନୌସେନାର ଉପମୁଖ୍ୟ ଆଡମିରାଲ ମୂରଲିଧର ପାଓ୍ଵାର କହିଛନ୍ତି ଯେ ସେମାନେ ( ଆତଙ୍କବାଦୀ) ସମୁଦ୍ର ପଥରେ ଆସି ଆକ୍ରମଣ କରିବାକୁ ଯୋଜନା କରୁଥିବା ରିପୋର୍ଟ ମିଳିଛି । ସେମାନଙ୍କ ଯେକୌଣସି ପ୍ରକାରର ଦୁଃସାହସ କୁ ସଂପୂର୍ଣ୍ଣ ଶକ୍ତି ସହ ମୁକାବିଲା କଲାଯିବ । କେନ୍ଦ୍ର ସରକାର ଗତ ୫ ତାରିଖରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଓ ୩୫କ ଉଠାଇବା ସହ ରାଜ୍ୟକୁ ଦୁଇଭାଗରେ ବିଭକ୍ତ କରି ଦୁଇଟି କେନ୍ଦ୍ର ଶାସିତ ଅଂଚଳ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର