ୱେଷ୍ଟଇଣ୍ଡିଜ ବିପକ୍ଷ ୨ୟ ଦିନିକିଆରେ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ

ନୂଆଦିଲ୍ଲୀ: ତିନି ମ୍ୟାଚ୍‌ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ବର୍ଷାରେ ଧୋଇଯିବା ପରେ ଭାରତୀୟ କ୍ରିକେଟ୍‌ ଟିମ୍‌ ରବିବାର ପୋର୍ଟ ଅଫ୍‌ ସ୍ପେନ୍‌ (ତ୍ରିନିଦାଦ)ର କୁଇନସ୍‌ ପାର୍କ ଓଭାଲ ପଡ଼ିଆରେ ଆୟୋଜକ ୱେଷ୍ଟଇଣ୍ଡିଜ ସହିତ ହେବାକୁ ଥିବା ୨ୟ ଦିନିକିଆକୁ ନେଇ ବଡ଼ ଆଶା କରିଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ ନୈରାଶ୍ୟଜନକ ପ୍ରଦର୍ଶନକୁ ଭୁଲି ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି। ଶିଖର ଧାଓ୍ଵନ ଟିମ୍‌କୁ ଫେରିଥିବାରୁ ବିରାଟ କୋହଲି ପୁଣି ଥରେ ୩ ନମ୍ବରରେ ବ୍ୟାଟିଂ କରିପାରନ୍ତି।

ମଧ୍ୟକ୍ରମର ବ୍ୟାଟସ୍‌ମ୍ୟାନଙ୍କୁ ପ୍ରଥମ ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ମିଳି ନଥିଲା ଏବଂ ଏବେ ଶ୍ରେୟସ ଆୟାରଙ୍କୁ ଏଠାରେ ସୁଯୋଗ ମିଳିପାରେ। ଯଦି ଆଗଧାଡ଼ିର ବ୍ୟାଟସ୍‌ମ୍ୟାନ୍‌ମାନେ ବିଫଳ ରୁହନ୍ତି, ତା’ ହେଲେ କେଦାର ଯାଦବ ମନୀଷ ପାଣ୍ଡେ ଓ ଋଷଭ ପନ୍ତ ଟିମ୍‌କୁ ବିପଦରୁ ବଂଚାଇ ପାରନ୍ତି।

ବୋଲିଂରେ ମହମ୍ମଦ ସାମି ପ୍ରଥମ ମ୍ୟାଚ୍‌ରେ ୩ ଓଭରରେ ମାତ୍ର ୫ ରନ୍‌ ଦେଇଥିଲେ। ମାତ୍ର ଯୁବ ବୋଲର ଖଲିଲ ଅହମଦ ୩ ଓଭରରେ ୨୭ ରନ୍‌ ଦେଇଥିଲେ। ତେଣୁ ଏବେ ଦେଖିବାକୁ ବାକି ରହିଲା ଯେ, କ’ଣ ଟିମ୍‌ ପ୍ରଦୀପ ସୈନୀଙ୍କୁ ପଦାର୍ପଣ କରିବାକୁ ସୁଯୋଗ ଦେବ। ସୈନୀ ଟି-୨୦ରେ ପଦାର୍ପଣ କରିସାରିଛନ୍ତି।

ସମ୍ବନ୍ଧିତ ଖବର