କିତ୍‌ନେ କା ହୈ? ଅନନ୍ତନାଗରେ ମେଷପାଳକଙ୍କୁ ଏପରି ପ୍ରଶ୍ନ ପଚାରି ଭାଇରାଲ୍‌ ହେଲେ ଅଜିତ ଡୋଭାଲ୍‌

ଶ୍ରୀନଗର: ଗତ ଏକ ସପ୍ତାହରୁ କଶ୍ମୀରରେ ଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ ଶନିବାର ଅନନ୍ତନାଗର ଏକ ଇଦ୍‌ ମଣ୍ଡିରେ ନଜର ଆସିଛନ୍ତି। ସେଠାରେ ବିକ୍ରି କରାଯାଉଥିବା ମେଣ୍ଢାକୁ ଦେଖି ଡୋଭାଲ୍‌ ପ୍ରଶ୍ନ କରିଛନ୍ତି, ‘କିତ୍‌ନେ କା ହୈ?’ ସେ ସମୟର ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଛି।

ସେଠାରେ ଥିବା ବେପାରୀମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଉଥିବାର ନଜର ଆସିଛନ୍ତି ଯେ, ‘୩୫ କିଲୋଗ୍ରାମ୍‌ ମେଣ୍ଢାର ଦର ୧୦ ହଜାର ଟଙ୍କା।’

ଡୋଭାଲ୍‌ ପୁଣି ପଚାରୁଛନ୍ତି, ‘ଏହି ମେଣ୍ଢାଗୁଡ଼ିକୁ କେଉଁଠାରୁ ଅଣାଯାଉଛି?’ ସେମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଉଥିବାର ଶୁଣିବାକୁ ମିଳିଛି ଯେ ‘ଏହାକୁ ଆମେ କାର୍ଗିଲର ଡ୍ରାସ୍‌ଠାରୁ ଆଣିଛୁ।’

ଡୋଭାଲ୍‌ ପୁଣି ପଚାରୁଛନ୍ତି, ‘କେତୋଟି ମେଣ୍ଢା ତୁମେ ଆଣିଛ’? ଉତ୍ତର ଆସୁଛି, ‘୪୦ରୁ ୫୦। ସେଥିରୁ ୨୦ଟି ବିକ୍ରି ସରିଲାଣି।’

ଡୋଭାଲ୍‌ ପୁଣି କହୁଛନ୍ତି କି, ‘ଏହାର ଅର୍ଥ ତୁମେ ୨ ଲକ୍ଷ ଟଙ୍କାର ମେଣ୍ଢା ବିକ୍ରି କରୁଛ। ମନ୍ଦ ନୁହେଁ।’ ତା’ପରେ ଡୋଭାଲ୍‌ ବ୍ୟକ୍ତି ଜଣଙ୍କୁ ‘ଇଦ୍‌ ମୁବାରକ୍‌’ ଦେଉଥିବାର ଭିଡିଓରେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର