ଉତ୍ତମ ସମ୍ପର୍କ ପାଇଁ ପାକିସ୍ତାନ ପ୍ରଥମେ ଧର୍ମନିରପେକ୍ଷ ହେଉ: ସେନାମୁଖ୍ୟ ରାୱତ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତ ସହ ଦ୍ବିପାକ୍ଷିକ ଆଲୋଚନା ପାଇଁ ଏକ ପ୍ରକାର ବ୍ୟଗ୍ର ହୋଇ ପଡ଼ିଥିବାବେଳେ ଆଜି ଭାରତୀୟ ‌ସେନାମୁଖ୍ୟ ଜେନେରାଲ ବିପିନ୍‌ ରାୱତ ଏ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ରଖିଛନ୍ତି। ପାକିସ୍ତାନ ଯଦି ଦ୍ବିପାକ୍ଷିକ ଆଲୋଚନା ଚାହୁଛି ଏବଂ ଭାରତ ସହ ସୁସମ୍ପର୍କ ଚାହୁଛି ତେବେ ପ୍ରଥମେ ଏହାକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହେବାକୁ ପଡ଼ିବ ବୋଲି ରା‌ୱତ କହିଛନ୍ତି। ଭାରତ ଗୋଟିଏ ପଦକ୍ଷେପ ନେଲେ ପାକିସ୍ତାନ ଦୁଇଟି ପଦକ୍ଷେପ ନେବ ବୋଲି ଇମ୍ରାନ୍‌ ଯେଉଁ ମତ ରଖିଥିଲେ ସେଥିରେ ପ୍ରତିକ୍ରିୟା ପ୍ରକାଶ କରି ରାୱତ କହିଛନ୍ତି ଯେ ଭାରତ ପୂର୍ବରୁ ଅନେକ ପଦକ୍ଷେପ ପ୍ରଥମେ ହିଁ ନେଇଛି କିନ୍ତୁ ପାକିସ୍ତାନ ପ୍ରଥମେ ନିଜ ମାଟିରେ ଆତଙ୍କବାଦୀ କାର୍ଯ୍ୟକଳାପ ରୋକିବାପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‌। ପାକିସ୍ତାନ ଏହାର ରାଷ୍ଟ୍ରକୁ ଇସଲାମିକ୍‌ ରାଷ୍ଟ୍ରରେ ପରିଣତ କରିଛି। ଯଦି ଏହା ଭାରତ ସହ ସୁସମ୍ପର୍କ ଚାହୁଛି ତେବେ ପ୍ରଥମେ ଏହା ଏକ ଧର୍ମନିର‌ପେକ୍ଷ ରାଷ୍ଟ୍ର ହେବା ଉଚିତ୍‌।

ସମ୍ବନ୍ଧିତ ଖବର