ଏଣିକି ସେନା ପରିଚାଳିତ କଲେଜରେ ପାଠ ପଢ଼ି ସେନା ଛାଡ଼ିଲେ ଡ଼ାକ୍ତରଙ୍କୁ ଦେବାକୁ ପଡ଼ିବ ୨କୋଟି ଟଙ୍କା! ସଂସଦୀୟ ପ୍ୟାନେଲର ସୁପାରିଶ

ପୁନେ : ଯେଉଁ ଡ଼ାକ୍ତରମାନେ ପୁନେରେ ଥିବା ଆର୍ମଡ଼୍‍ ଫୋର୍ସେସ୍‌ ମେଡ଼ିକାଲ କଲେଜରେ ପ୍ରଶିକ୍ଷଣ ନେବା ପରେ ସେନା ଚାକିରିକୁ ନିଜ ଇଚ୍ଛାରେ ଛାଡ଼ିବାକୁ ଚାହିଁବେ ସେମାନଙ୍କୁ ୨ କୋଟି ଟଙ୍କା ଦେବାକୁ ପଡ଼ିବ ବୋଲି ସଂସଦୀୟ ପ୍ୟାନେଲ ଘୋଷଣା କରିଛି । ଗତ କିଛି ବର୍ଷ ମଧ୍ୟରେ କିଛି ଛାତ୍ର-ଛାତ୍ରୀ ପୁନେରେ ଥିବା ଆର୍ମଡ଼୍‍ ଫୋର୍ସେସ୍‌ ମେଡ଼ିକାଲ କଲେଜରେ ପ୍ରଶିକ୍ଷଣ ନେବା ପରେ ସେନାରେ ନ ରହି ଅନ୍ୟ ଆଡ଼େ ଚାଲି ଯାଉଥିବାରୁ ଏହି ନିୟମ କରା ଯାଇଥିବା ଜଣା ପଡ଼ିଛି । ସେନାରେ ନିଯୋଜିତ ହେଉଥିବା ଡ଼ାକ୍ତରଙ୍କ ଦରମା ସେତେ ଅଧିକ ନଥିବାରୁ କିଛି ଛାତ୍ର-ଛାତ୍ରୀ ଏପରି କରୁଥିବା ଜଣା ପଡ଼ିଛି ।
ବର୍ତ୍ତମାନ ଯେଉଁ ଡ଼ାକ୍ତରମାନେ ପୋଷ୍ଟ ଗ୍ରାଜୁଏଟ୍‌ ପରେ ସେନା ଛାଡ଼ୁଛନ୍ତି ସେମାନେ ୨୮ଲକ୍ଷ ଦେଉଥିବା ବେଳେ ଯେଉଁମାନେ ପୋଷ୍ଟ ଗ୍ରାଜୁଏଟ୍‌ ପୂର୍ବରୁ କଲେଜ୍‌ ଛାଡ଼ିବାକୁ ଭାବୁଛନ୍ତି ସେମାନେ ୨୫ଲକ୍ଷ ଟଙ୍କା ଦେଉଛନ୍ତି ବୋଲି ଜଣା ପଡ଼ିଛି । କିଛି ବର୍ଷ ମଧ୍ୟରେ ଅଧିକ ପିଲା ଆର୍ମଡ଼୍‍ ଫୋର୍ସେସ୍‌ ମେଡ଼ିକାଲ କଲେଜରେ ପ୍ରଶିକ୍ଷଣ ନେବା ପରେ ସେନା ଡ଼ାକ୍ତର ଭାବେ ନିୟୋଜିତ ହେବା ପୂର୍ବରୁ ଛାଡ଼ି ଦେଉଥିବାରୁ ଏକ୍‌ଜିଟ୍‌ ବଣ୍ଡ ମନିକୁ ବଢ଼ାଇ ୨କୋଟି ଏବଂ ୧କୋଟି କରିବା ପାଇଁ ସଂସଦୀୟ ପ୍ୟାନେଲ ନିଷ୍ପତ୍ତିି ନେଇଥିବା ଜଣା ପଡ଼ିଛି ।

Indiatimes.com

ପ୍ରତିରକ୍ଷା ମନ୍ତ୍ରାଳୟ ପ୍ୟାନେଲକୁ ଦେଇଥିବା ସୂଚନା ମୁତାବକ, ପ୍ରତିବର୍ଷ ୨୦ପ୍ରତିଶତ ଛାତ୍ର-ଛାତ୍ରୀ ସେନା ଛାଡ଼ି ଅନ୍ୟ କ୍ଲିନିକ୍‌ରେ କାମ କରିବାକୁ ପସନ୍ଦ କରୁଛନ୍ତି । ଅଧିକ ଟଙ୍କା ରୋଜଗାରକୁ ଆଖି ଆଗରେ ରଖି ସେମାନେ ଏପରି କରୁଥିବା ଜଣା ପଡ଼ିଛି । ଏହାର ଅନ୍ୟ ଏକ କାରଣ ହେଉଛି ସେନାରେ ସୁଯୋଗର ଅଭାବ ରହିଛି । ଅଧିକ ପଦବି ଖାଲି ରହୁ ନ ଥିବା ଜାଣି ପିଲାମାନେ ଅନ୍ୟ ଆଡ଼େ ଯିବା କଥା ଭାବୁଛନ୍ତି । ଅନ୍ୟ ପକ୍ଷରେ ଅଧାରୁ ଡ଼ାକ୍ତରୀ ପାଠ ପଢ଼ା ଛାଡ଼ୁଥିବା ପିଲାମାନଙ୍କ ସଂଖ୍ୟା କମ କରିବା ପାଇଁ ସଂସଦୀୟ ପ୍ୟାନେଲ ନେଇଥିବା ନିଷ୍ପତ୍ତିି ଉପରେ ସରକାର ତାଙ୍କ ମତ ରଖନ୍ତୁ ବୋଲି ପ୍ୟାନେଲର ସଦସ୍ୟମାନେ ଏକ ଚିଠି ଲେଖିଥିବା ଜଣା ପଡ଼ିଛି । ତେବେଏକ୍‌ଜିଟ୍‌ ବଣ୍ଡ ମନି ବଢ଼ୁଛି ନା ପୂର୍ବ ଭଳି ରହୁଛି ତାହା ସରକାର ମତ ଦେବା ପରେ ହିଁ ଜଣା ପଡ଼ିବ ।

ସମ୍ବନ୍ଧିତ ଖବର