ରାଜନୀତିକୁ ପଙ୍କ କହୁଥିଲେ ଆନ୍ନାଜୀ, ହେଲେ ମୁଁ…; ଗୁଜରାଟ ନିର୍ବାଚନ ପୂର୍ବରୁ ଆନ୍ନା ହଜାରେଙ୍କୁ କେଜ୍ରିୱାଲଙ୍କ ବୟାନ

ନୂଆଦିଲ୍ଲୀ: ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଆମ୍ ଆଦମୀ ପାର୍ଟି କ୍ରମାଗତ ଭାବରେ ଜନସାଧାରଣଙ୍କୁ ବଡ଼ ବଡ଼ ପ୍ରତିଶ୍ରୁତି ଦେଉଛି। ଏଥିରେ ମାଗଣା ବିଦ୍ୟୁତ୍, ଶିକ୍ଷା ଅନ୍ତର୍ଭୁକ୍ତ ହେବା ସହିତ ସ୍ୱଚ୍ଛ ରାଜନୀତିର ନିଶ୍ଚିତତା ମଧ୍ୟ ଦିଆଯାଉଛି। ଏହି ପର୍ଯ୍ୟାୟରେ, ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହାଜାରେଙ୍କୁ ମନେ ପକାଇ ଏକ ବଡ଼ ଖୁଲାସା କରିଛନ୍ତି।

ଆନ୍ନା ଆନ୍ଦୋଳନରେ ସକ୍ରିୟ ଥିବା ସମୟର କଥା ମନେ ପକାଇ କେଜ୍ରିୱାଲ କହିଛନ୍ତି, ଯେତେବେଳେ ଆନ୍ନାଜୀ ରାଜନୀତିକୁ ପଙ୍କ କହୁଥିଲେ, ସେତେବେଳେ ମୁଁ ଆନ୍ନାଜୀଙ୍କୁ କହିଥିଲି ଯେ ଯଦି ଶିକ୍ଷିତ ଲୋକମାନେ ରାଜନୀତିକୁ ପ୍ରବେଶ ନକରନ୍ତି ତେବେ ପରିସ୍ଥିତି କିପରି ବଦଳିବ। ଏବେ ଆପ୍ ରାଜନୀତିକୁ ଆସିବା ପରେ ସ୍ବଚ୍ଛ ରାଜନୀତି ଆରମ୍ଭ ହୋଇଛି।

ସେ ଆହୁରି କହିଛନ୍ତି ଯେ, ବିଜେପି ଆମ ପଛରେ ଇଡି ଓ ସିବିଆଇକୁ ଲଗାଇଥଲେ ବି ଆମେ ଯୁଦ୍ଧ ଜାରି ରଖିବୁ। ଗୁଜରାଟରେ ଆମେ କ୍ଷମତାକୁ ଆସିଲେ ପୁରୁଣା ପେନସନ ଯୋଜନା ଲାଗୁ କରିବୁ। ଗୁଜୁରାଟର ବହୁ ସଂଖ୍ୟକ ସରକାରୀ କର୍ମଚାରୀ ଏବେ ରାସ୍ତାରେ । ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବା ସେମାନଙ୍କର ମୁଖ୍ୟ ଦାବି। ମୁଁ ସେମାନଙ୍କୁ କଥା ଦେଉଛି ଯେ ଯେତେବେଳେ ଗୁଜରାଟରେ ଆମ୍ ଆଦମୀ ପାର୍ଟି ସରକାର ଗଠନ ହେବ, ଆମେ ଗୁଜରାଟରେ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବୁ।

ସମ୍ବନ୍ଧିତ ଖବର