ସମଝୌତା ଏକ୍ସପ୍ରେସ ବିସ୍ଫୋରଣ ମାମଲା : ନିର୍ଦୋଷରେ ଖଲାସ ହେଲେ ଅସୀମାନନ୍ଦ

ପଞ୍ଚକୁଲା : ପଞ୍ଚକୁଲାର ସ୍ବତନ୍ତ୍ର ଏନଆଇଏ କୋର୍ଟ ଆଜି ସମଝୌତା ଏକ୍ସପ୍ରେସ ବିସ୍ଫୋରଣ ମାମଲାରେ ସ୍ବାମୀ ଅସୀମାନନ୍ଦ ଓ ଅନ୍ୟ ୩ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି । ଅନ୍ୟ ୩ ଜଣ ହେଲେ ଲୋକେଶ ଶର୍ମା, କମଲ ଚୌହାନ ଓ ରାଜେନ୍ଦ୍ର ଚୌଧୁରୀ । ଏନଆଇଏ କୋର୍ଟ ମଧ୍ୟରେ ପାକିସ୍ତାନୀ ନାଗରିକ ରାଖିଲା ବକିଲଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଏହି ମାମଲାରେ ତାଙ୍କ ବୟାନ ରେକର୍ଡ ପାଇଁ ରାଖିଲା ଆବେଦନ କରିଥିଲେ । ରାଖିଲା ବକିଲଙ୍କ ପିତା ମହମ୍ମଦ ବକିଲ ଏହି ବିସ୍ଫୋରଣରେ ପ୍ରାଣ ହରାଇଥିଲେ ।

ଫେବ୍ରୁଆରୀ ୧୮, ୨୦୦୭ରେ ପାକିସ୍ତାନ ଓ ଭାରତ ମଧ୍ୟରେ ଚଳାଚଳ କରୁଥିବା ସମଝୌତା ଏକ୍ସପ୍ରେସରେ ବୋମା ବିସ୍ଫୋରଣ ହୋଇ ୬୮ ବ୍ୟକ୍ତି ପ୍ରାଣ ହରାଇଥିଲେ । ଏମାନଙ୍କ ମଧ୍ୟରେ ଅଧିକାଂଶ ପାକିସ୍ତାନୀ ଥିଲେ । ଏହି ମାମଲାରେ ଏନଆଇଏ ଜୁନ ୨୦, ୨୦୧୧ରେ ପଞ୍ଚକୁଲା ଏନଆଇଏ କୋର୍ଟରେ ଅସୀମାନନ୍ଦ, ଲୋକେଶ ଶର୍ମା, କମଲ ଚୌହାନ ଓ ରାଜେନ୍ଦ୍ର ଚୌଧୁରୀଙ୍କ ବିରୋଧରେ ଚାର୍ଜସିଟ ଦାଏର କରିଥିଲେ । ଗତ ବର୍ଷ ମକ୍କା ମସଜିଦ ବିସ୍ଫୋରଣ ମାମଲାରେ ମଧ୍ୟ ଅସୀମାନନ୍ଦ ଦୋଷମୁକ୍ତ ହୋଇଥିଲେ ।

 

 

ସମ୍ବନ୍ଧିତ ଖବର