ବିଧାନସଭା ନିର୍ବାଚନ: ଗୁଜରାଟ, ହିମାଚଳ ଉପରେ ନଜର

ଅହମଦାବାଦ : ଆଜି (ଗୁରୁବାର) ଗୁଜରାଟ ଏବଂ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ଫଳ ଆସିବ। ବିଜେପି ଗୁଜରାଟରେ ଲଗାତାର ସପ୍ତମ ଥର ପାଇଁ କ୍ଷମତାକୁ ଫେରିବା ଲକ୍ଷ୍ୟ ରଖିଛି। ଗୁଜରାଟରେ ବିଜେପିର ବିପୁଳ ବିଜୟ ହେବ ବୋଲି ବିଭିନ୍ନ ସଂସ୍ଥାର ବୁଥ୍‌ ବାହୁଡ଼ା ମତରୁ ଜଣାପଡ଼ିଛି। ପାରମ୍ପରିକ ଭାବେ ଗୁଜରାଟରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଲଢ଼େଇ ହୋଇଥାଏ। କିନ୍ତୁ ଚଳିତଥର ଗୁଜରାଟରେ ତ୍ରିକୋଣୀୟ ଲଢ଼େଇ ହେଉଛି। ବିଜେପିର ଆସନ ସଂଖ୍ୟା ଚଳିତ ଥର ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି। ବିଜେପି ସଂଖ୍ୟା ସହ ଆପ୍‌ର ସଂଖ୍ୟା ଉପରେ ବି ସମସ୍ତଙ୍କ ନଜର ରହିଛି। ଆସନ୍ତାକାଲି ସକାଳ ୮ଟାରେ ୧୮୨ ବିଧାନସଭା ଆସନରେ ଭୋଟ୍‌ ଗଣତି ଆରମ୍ଭ ହେବ। ଶାସକ ବିଜେପି ୧୧୭-୧୫୧ ଆସନରେ ଜିତିବ ବୋଲି ଆକଳନ କରାଯାଉଛି। କଂଗ୍ରେସକୁ ୧୬ରୁ ୫୧ ଆସନ ଏବଂ ଆପ୍‌ ଏକ ଅଙ୍କ ସଂଖ୍ୟାରେ ସୀମିତ ରହିବ ବୋଲି ପୂର୍ବାନୁମାନ କରାଯାଇଛି।

ସେହିଭଳି ହିମାଚଳ ପ୍ରଦେଶରେ ୬୮ ଆସନରେ ଆସନ୍ତାକାଲି ଭୋଟ୍‌ ଗଣତି ହେବ। ସକାଳ ୮ଟାରେ ଭୋଟ୍‌ ଗଣତି ଆରମ୍ଭ ହେବ। ହିମାଚଳରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଏକ୍‌ଜିଟ୍‌ ପୋଲ୍‌ଗୁଡ଼ିକର ଆକଳନରୁ ଜଣାପଡ଼ିଛି। ଯଦି ବିଜେପି ହିମାଚଳରେ ପୁଣିଥରେ କ୍ଷମତାକୁ ଫେରେ ତେବେ ଏହା ରେକର୍ଡ ସୃଷ୍ଟି କରିବ। ଆସନ୍ତାକାଲି ତେକେତ ରାଜ୍ୟରେ ହୋଇଥିବା ବିଧାନସଭା ଉପନିର୍ବାଚନ ଫଳାଫଳ ମଧ୍ୟ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର