ପ୍ରେମ ପାଇଁ ସହପାଠୀକୁ ଭୁସିଦେଲା

ଚେନ୍ନାଇ: ଆଜି ବିଶ୍ବବ୍ୟାପୀ ପ୍ରେମୀଯୁଗଳ ପ୍ରଣୟ ଦିବସ ମନାଉଥିବା ବେଳେ ଏହାର ଅବ୍ୟବହିତ ପୂର୍ବରୁ ମାଡ୍ରାସ ଆଇଆଇଟିରେ ପ୍ରେମକୁ କେନ୍ଦ୍ର କରି ଜଣେ ସ୍ନାତକୋତ୍ତର ଛାତ୍ର ନିଜ ଅନ୍ତରଙ୍ଗ ସହପାଠୀକୁ ଛୁରୀରେ ଭୁସିଦେବା ଘଟଣା ସାରା ପରିବେଶକୁ ସ୍ତବ୍ଧ କରିଦେଇଛି। ଗୁରୁତର ଆହତ ଛାତ୍ର ଜଣକ ତ୍ବରିତ ଚିକିତ୍ସା ପରେ ବିପଦମୁକ୍ତ ଥିବା ଜଣାଯାଇଛି। ହରିଆଣାର ପ୍ରମୋଦ କୌଶିକ(୨୪) ଏବଂ ମନୋଜ(୨୫) ଆଇଆଇଟିର ଦ୍ବିତୀୟ ବର୍ଷ ସ୍ନାତକୋତ୍ତର ଛାତ୍ର। ଉଭୟ ଗୋଟିଏ ଛାତ୍ରାବାସରେ ମଧ୍ୟ ରହୁଥିଲେ। ତେବେ ଉଭୟଙ୍କର ଆଇଆଇଟିର ଜଣେ ଝିଅ ସହ ରହିଥିବା ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ବୁଧବାର ସନ୍ଧ୍ୟାରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ମନୋଜ ଏକ ଛୁରୀରେ କୌଶିକର ତଳିପେଟକୁ ଭୁସିଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

ସମ୍ବନ୍ଧିତ ଖବର