ସିଆଚେନ ଗ୍ଲାସିୟରରେ ପୁଣି ଭୟଙ୍କର ବରଫ ଝଡ଼ : ୨ ସୈନ୍ୟ ନିହତ

ଶ୍ରୀନଗର : ସିଆଚେନ ଗ୍ଲାସିୟରରେ ଆଉ ଏକ ଅଘଟଣ ଘଟିଛି । ଦକ୍ଷିଣ ସିଆଚେନରେ ବରଫଝଡର ସମ୍ମୁଖୀନ ହୋଇ ଭାରତୀୟ ସେନାର ଦୁଇଜଣ ଯବାନ ମୃତ୍ୟୁବରଣ କରିଛନ୍ତି । ଶ୍ରୀନଗରରେ ଥିବା ଭାରତୀୟ ସେନାର ମୁଖପାତ୍ର କହିଛନ୍ତି ଯେ ଶନିବାର ପୂର୍ବାହ୍ଣରେ ଦକ୍ଷିଣ ସିଆଚେନରେ ଥିବା ଏକ ସେନାର ପାଟ୍ରୋଲିଂ ଦଳ ବରଫଝଡର ସମ୍ମୁଖୀନ ହୋଇଥିଲା । ଏହି ଖବର ମିଳିବା ପରେ ତୁରନ୍ତ ସେନାର ବରଫଝଡ଼ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯବାନମାନଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର ପାଇଁ ହେଲିକାପ୍ଟର ମଧ୍ୟ ପଠାଯାଇଥିଲା । ତେବେ ଉଦ୍ଧାରକାରୀ ଦଳର ପ୍ରବଳ ଉଦ୍ୟମ ସତ୍ତ୍ୱେ ଘଟଣାସ୍ଥଳରେ ଦୁଇ ଯବାନ ମୃତ୍ୟୁବରଣ କରିଥିଲେ ।

ସିଆଚେନକୁ ବିଶ୍ୱର ସବୁଠାରୁ ବିପଦଜନକ ଯୁଦ୍ଧକ୍ଷେତ୍ର ବୋଲି କୁହାଯାଏ । କାରଣ ଏଠାରେ ଶତ୍ରୁଠାରୁ ଯେତିକି ବିପଦର ଆଶଙ୍କା ନଥାଏ ତାଠାରୁ ଅଧିକ ବିପଦ ଥାଏ ପ୍ରାକୃତିକ ବିପର୍ଯ୍ୟୟଠାରୁ । ଗତ ୧୮ ତାରିଖରେ ମଧ୍ୟ ସେନାର ଏକ ଦଳ ବରଫଝଡ଼ର ସମ୍ମୁଖୀନ ହୋଇଥିଲା । ଏହି ଘଟଣାରେ ୪ ଯବାନ ନିହତ ହୋଇଥିଲେ । ସେହିପରି ଗତ ୨୦୧୬ ଫେବ୍ରୁଆରୀ ୩ରେ ଏକ ଭୟଙ୍କର ବରଫଝଡ଼ର ସମ୍ମୁଖୀନ ହୋଇ ୧୦ ଜଣ ଭାରତୀୟ ସେନା ଯବାନ ସହିଦ ହୋଇଥିଲେ ।

ସମ୍ବନ୍ଧିତ ଖବର