ବାଂଲାଦେଶୀ ଯବାନମାନେ ଜାଣିଶୁଣି ବିଏସଏଫ ଉପରକୁ ଗୁଳି ଚଳାଇଥିଲେ : ବିଏସଏଫ

ନୂଆଦିଲ୍ଲୀ : ବାଂଲାଦେଶ ସୀମା ସୁରକ୍ଷା ବାହିନୀ ବିଜିବି ଗୁଳିରେ ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନ ସହିଦ ହେବା ଘଟଣାର ତଦନ୍ତ ରିପୋର୍ଟ ଆସିଛି । ବିଏସଏଫ ଦ୍ୱାରା କରାଯାଇଥିବା ଏହି ତଦନ୍ତରୁ ଜଣାପଡିଛି ଯେ ଗୁଳି ମାରିବାକୁ ଯୁକ୍ତିଯୁକ୍ତ ଦର୍ଶାଇବା ପାଇଁ ବିଜିବି ଯେଉଁ କାରଣ ଦର୍ଶାଉଛି ତାହା ସତ୍ୟ ନୁହେଁ । କୌଣସି କାରଣ ନଥାଇ, କୌଣସି ଉତ୍ତେଜନା ନଥାଇ ଜାଣିଶୁଣି ବାଂଲାଦେଶ ଯବାନମାନେ ଏହି ଗୁଳି ଚଳାଇଥିଲେ ବୋଲି ତଦନ୍ତ ରିପୋର୍ଟରୁ ଜଣାପଡିଛି । ବିଏସଏପ ଯବାନମାନେ ମନଇଚ୍ଛା ବାଂଲାସୀମାରେ ପ୍ରବେଶ କରିନଥିଲେ, ବାଲାଂଦେଶ ବିଜିବିଙ୍କ ଅନୁମତି ନେଇ ଏକ ବୈଠକ କରିବାକୁ ସେମାନେ ପ୍ରବେଶ କରିଥିଲେ ।

ଗତ ୧୭ ତାରିଖ ଦିନ ବିଜିବି ଗୁଳିରେ ଭାରତର ସୀମା ସୁରକ୍ଷା ବାହିନୀ(ବିଏସଏଫ)ର ଜଣେ ଯବାନ ହେଡ କନଷ୍ଟେବଲ ବିଜୟ ଭାନ ସିଂ ସହିଦ ହୋଇଥିଲେ । ଅନ୍ୟ ଜଣେ ଯବାନ ଆହତ ମଧ୍ୟ ହୋଇଥିଲେ । ବିଜିବି ଦ୍ୱାରା ଗିରଫ ହୋଇଥିବା ୩ ଜଣ ଭାରତୀୟ ମତ୍ସଜୀବିଙ୍କୁ ମୁକ୍ତ କରିବା ଲାଗି ଡକାଯାଇଥିବା ଏକ ଫ୍ଲାଗ ମିଟିଂରୁ ଫେରୁଥିଲେ ବିଏସଏଫର ଏକ ୬ ଜଣିଆ ଦଳ । ପଛରୁ ହିଁ ବିଜିବି ଯବାନ ଗୁଳି କରିବାରୁ ଘଟଣା ସ୍ଥଳରେ ସିଂଙ୍କ ମୃତ୍ୟୁ ହୋଇଥିଲା ।

ସମ୍ବନ୍ଧିତ ଖବର