ବାରାକ୍ ଓବାମା ଥିଲେ ନିହାତି ଅପାରଗ ରାଷ୍ଟ୍ରପତି: ଡୋନାଲଡ୍ ଟ୍ରମ୍ପ୍

ୱାସିଂଟନ୍: ରବିବାର ଦିନ ପୂର୍ବତନ ଆ‌ମେରିକୀୟ ରାଷ୍ଟ୍ରପତି ବାରାକ୍ ଓବାମାଙ୍କୁ ସମାଲୋଚନା କରି ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି, ସେ ଥିଲେ ନିହାତି ଅପାରଗ ରାଷ୍ଟ୍ରପତି। କୋଭିଡ୍-୧୯ ସଂକ୍ରମଣ ମୁକାବିଲାରେ ଟ୍ରମ୍ପ୍ ବିଫଳ ହୋଇଛନ୍ତି ବୋଲି ଓବାମା ତାଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ହ୍ବାଇଟ୍ ହାଉସ୍‌ରେ ପହଞ୍ଚିବା ପରେ ଟ୍ରମ୍ପ୍ ସାମ୍ବାଦିକମାନଙ୍କୁ କହିଲେ, ସେ ଜଣେ ଅପାରଗ ରାଷ୍ଟ୍ରପତି ଥିଲେ, ଜଣେ ନିହାତି ଅପାରଗ ରାଷ୍ଟ୍ରପତି। ମୁଁ ଏତିକି କହିବି।

Image Source: NBC News

ଶନିବାର ଦିନ ପୂର୍ବତନ ରାଷ୍ଟ୍ରପତି ଓବାମା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେ ଦୋଷାରୋପ କରି କହିଥିଲେ କି, ଟ୍ରମ୍ପ୍ ପ୍ରଶାସନ କରୋନାଭାଇରସ୍ ମହାମାରୀକୁ ଠିକ୍ ରୂପେ ମୁକାବିଲା କରିବାରେ ବିଫଳ ହୋଇଛି। ଦେଖିବାକୁ ଗଲେ ଦେଶର କୋଭିଡ୍-୧୯ ବିରୋଧୀ ଲଢ଼େଇ ପାଇଁ ତାଙ୍କ ପ୍ରଶାସନ ଦାୟିତ୍ବରେ ଥିବା ଛଳନା ମଧ୍ୟ କରୁନାହିଁ। ଓଲଟି ତ୍ରୁଟିଯୁକ୍ତ ପ୍ରଶ୍ନ ଉଠାଉଛି। ସମଗ୍ର ଆମେରିକାରେ ଆଫ୍ରିକୀୟ ଆମେରିକୀୟଙ୍କ ନିମନ୍ତେ ଥିବା ୭୪ଟି ଐତିହାସିକ କଲେଜ୍ ଓ ବିଶ୍ବବିଦ୍ୟାଳୟର ହାଇସ୍କୁଲ୍ ସ୍ନାତକମାନଙ୍କୁ ଭାଷଣ ଦେବା ବେଳେ ପୂର୍ବତନ ରାଷ୍ଟ୍ରପତି ଓବାମା ଏ ଭଳି ମନ୍ତବ୍ୟ ଦେଇଥିଲେ।

Image Source: Zee News

ଏଠରେ ଉଲ୍ଲେଖଯୋଗ୍ୟ ଯେ ଗତକାଲି ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା ପ୍ରାୟ ୧୫, ୧୫, ୩୧୦ରେ ପହଞ୍ଚିଥିଲା। କେବଳ ରବିବାର ଦିନ ୭, ୫୩୦ଟି ସଂକ୍ରମଣ ପଞ୍ଜିକରଣ କରାଯାଇଛି।

ସମ୍ବନ୍ଧିତ ଖବର