ଅପରାଧୀଙ୍କଠାରୁ ଦୁଇପାଦ ଆଗୁଆ ରହିବାକୁ ହେଲେ ପୁଲିସକୁ ପ୍ରଯୁକ୍ତି ଦକ୍ଷ ହେବାକୁ ପଡ଼ିବ : ଅମିତ ଶାହା

ଭୋପାଳ : ଅପରାଧୀମାନଙ୍କଠାରୁ ଦୁଇ ପାଦ ଆଗୁଆ ରହିବାକୁ ହେଲେ ପୁଲିସ କର୍ମଚାରୀମାନଙ୍କୁ ଟେକ୍-ସେଭି ( ପ୍ରଯୁକ୍ତି ଦକ୍ଷ) ହେବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ।

ପୁଲିସ ଗବେଷଣା ଓ ବିକାଶ ବ୍ୟୁରୋ ପକ୍ଷରୁ ଆୟୋଜିତ ୪୮ତମ ଅଲ ଇଣ୍ଡିଆ ପୁଲିସ ସାଇନ୍ସ କଂଗ୍ରେସର ଉଦଘାଟନ କରିବା ଅବସରରେ ସେ ଏକଥା କହିଛନ୍ତି । ଏହି ସମ୍ମିଳନୀଟି ଭୋପାଳସ୍ଥିତ କେନ୍ଦ୍ରୀୟ ପୁଲିସ ତାଲିମ ଏକାଡେମୀଠାରେ ଅନୁଷ୍ଠିତ ହେଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ କରିବାକୁ ହେଲେ ଆମକୁ ପୁଲିସର ଆଧୁନୀକିକରଣ କରିବା ସହ ସେମାନଙ୍କୁ ତାଲିମ ଦେବାକୁ ହେବ । ଗତ ୮ ବର୍ଷରେ ନରେନ୍ଦ୍ର ମୋଦୀ ସରକାର କଶ୍ମୀର ସମସ୍ୟାର ସମାଧାନ କରିଦେଛନ୍ତି । ଏହା ସହିତ ମାଓବାଦ ଓ ନିଶାକାରବାର ସମସ୍ୟାର ବି ଏକରକମ ସମାଧାନ କରିଦେଇଛନ୍ତି । ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ହଟିବା ପରେ ସେଠାରେ ଅନେକ ବିକାଶ କାର୍ଯ୍ୟ ହୋଇଛି ।

ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଥିଲେ ଯେ ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରକାରର ପୁଲିସ ୟୁନିଟ, ସାମାଜିକ ବିଜ୍ଞାନୀ, ଫୋରେନସିକ ବିଶେଷଜ୍ଞମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରିବା ।

 

ସମ୍ବନ୍ଧିତ ଖବର