ଦେଶର ୮ ଟି ସହରରୁ କୋଲକାତାକୁ ବିମାନ ଉଡ଼ାଣ ବନ୍ଦ ରଖିବାକୁ କେନ୍ଦ୍ରକୁ ଲେଖିଲେ ମମତା

କୋଲକାତା: ରାଜ୍ୟରେ ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ବର୍ତ୍ତମାନ ପାଇଁ ଦେଶର ୮ଟି ସହରରୁ ପଶ୍ଚିମବଙ୍ଗକୁ ବିମାନ ଉଡ଼ାଣକୁ ବନ୍ଦ ରଖିବା ପାଇଁ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଏକ ପତ୍ର ଲେଖିଥିବା ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଏକ ପତ୍ର ଲେଖିଛନ୍ତି। ଏହି ପତ୍ରରେ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ଦିଲ୍ଲୀ, ମୁମ୍ବାଇ, ପୁଣେ, ନାଗପୁର, ଚେନ୍ନାଇ, ଇନ୍ଦୋର, ଅହମ୍ମଦାବାଦ ଓ ସୁରଟ ପ୍ରଭୃତି ୮ଟି ସହରରୁ ପଶ୍ଚିମବଙ୍ଗ ଅଭିମୁଖେ ଉଡ଼ାଣ ଭରୁଥିବା ସମସ୍ତ ବିମାନଗୁଡ଼ିକର ଉଡ଼ାଣକୁ ବନ୍ଦ ରଖିବା ପାଇଁ କହିଛନ୍ତି। ଏଥିସହ ଆସନ୍ତା ଜୁଲାଇ ୬ ତାରିଖ ଠାରୁ ପଶ୍ଚିମବଙ୍ଗକୁ ଏହି ଉଡ଼ାଣ ବନ୍ଦକୁ କାର୍ଯ୍ୟକାରୀ କରିବାକୁ ତାଙ୍କ ପତ୍ରରେ ଲେଖିଛନ୍ତି।

NDTV

ମୁଖ୍ୟମନ୍ତ୍ରୀ ମମତା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ଏହି ଆଠଟି ମାତ୍ରାଧିକ କରୋନା ପ୍ରାଦୁର୍ଭାବ ସହରରୁ ପଶ୍ଚିମବଙ୍ଗକୁ ସମସ୍ତ ବିମାନର ଉଡ଼ାଣକୁ ବନ୍ଦ ରଖାଯିବା ଉଚିତ। ଏଥିସହ ବର୍ତ୍ତମାନ ପାଇଁ ପଶ୍ଚିମବଙ୍ଗକୁ ଆସୁଥିବା ବିମାନଗୁଡ଼କର ଉଡ଼ାଣକୁ ରାଜ୍ୟର ମାତ୍ର ତିନିଟି ବିମାନ ବନ୍ଦରରେ ସୀମିତ ରହିବା ଉଚିତ। ଆଉ ସେଗୁଡ଼ିକ ହେଉଛି; କୋଲକାତା, ଅନ୍ଦାଲ ଏବଂ ବାଗଡୋଗ୍ରା।

ସମ୍ବନ୍ଧିତ ଖବର